ଶିଶୁ କନ୍ୟା ଧର୍ଷଣକାରୀଙ୍କୁ ମୃତ୍ୟୁଦଣ୍ଡ


ଦିନକୁ ଦିନକୁ ଭାରତ ସମେତ ସମଗ୍ର ଦିଶ୍ୱରେ ଥିବା ତରୁଣ ଏବଂ ତରୁଣୀଙ୍କ ଠାରୁ ଆରମ୍ଭ କରି ଶିଶୁ କନ୍ୟା ପର୍ଯ୍ୟନ୍ତ ଅଧିକାଂଶ ବଳକ୍ରାର ହେଉଥିବା ଘଟଣାମାନ ସାମନ୍ନାକୁ ଆସୁଥିବା ବେଳେ ଅନ୍ୟ କେତେ ଘଟଣାମାନ ସର୍ବସମତି ହୋଇପାରୁ ନାହିଁ । ଏହାକୁ ନିୟନ୍ତ୍ରଣ କରିବା ଭାରତରେ କେତେକ ରାଜ୍ୟ ଗୁଡିକ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି । ଏହି ଘଟଣା ପାଇଁ କଠୋର ଦଣ୍ଡା ବିଧାନ କରାଯାଇଛି, ଯେଉଁଥିରେ ବଳକ୍ରାର କରିଥିବା ବଳକ୍ରାରି ଆସାମୀ ପାଇଁ କଠୋର ଦଣ୍ଡ ବିଧାନ ରଖାଯାଇଛି ।

ହରିୟାଣାରେ ଏବେ ୧୨ ବର୍ଷର କମ ଶିଶୁଙ୍କୁ ବଲାକ୍ରାର କଲେ ଏଣିକି ମିଳିବ ମୃତ୍ୟୁଦଣ୍ଡ । ଦଣ୍ଡସ୍ୱରୁପ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀଖୁଣ୍ଟିରେ ଝୁଲିବେ ବଳକ୍ରାରୀ । ଏ ସଂପର୍କିତ ଏକ ବିଲ ଗୁରୁବାର ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏହି କଠୋର ନୀତି ଆପଣାଇଥିବା ତୃତୀୟ ରାଜ୍ୟ ହେଉଛି ହରିୟାଣା । ବଳକ୍ରାରୀଙ୍କୁ ଚରମ ଶାସ୍ତି ସଦୃଶ ଫାଶୀଖୁଣ୍ଟିରେ ଝୁଲାଇବା ସକାଶେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭାରେ ସ୍ୱତନ୍ତ୍ର ବିଧେୟକ ଗୃହୀତ ହୋଇସାରିଛି । ସଦ୍ୟ ହରିୟାଣା ବିଧାନସଭାରେ ମଧ୍ୟ ଏଭଳି ଏକ ବିଲ ଗୃହୀତ ହୋଇଛି । ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ସଂସାଦୀୟ ବ୍ୟାପାର ମନ୍ତ୍ରୀ ରାମବିଳାସ ଶର୍ମା ଆପରାଧିକ ଆଇନ ( ହରିୟାଣା ସଂଶୋଧନ ) ବିଲ -୨୦୧୮କୁ ଉପସ୍ଥାପନା କରିଥିଲେ । ଏହାକୁ ଶାସକ ଭାଜପାର ସମସ୍ତ ସଦସ୍ୟଙ୍କ ସମେତ ଆଇଏନଏଲଡି ଏବଂ କଂଗ୍ରେସ ବିଧାୟକ ମଧ୍ୟ ସମର୍ଥନ କରିଥିଲେ ।


Share It

Comments are closed.