ଡା. ହାତୀ ତାଙ୍କ ମୃତ୍ୟୁର ଆଭାସ ଅନେକ ପୂର୍ବରୁ ପାଇଥିଲେ


ଛୋଟ ପରଦାର ଲୋକପ୍ରିୟ ସୋ ‘ତାରକ ମେହତା କା ଉଲଟା ଚଷମା’ରେ ଡା. ହାତୀର ଭୂମିକାରେ ନଜର ଆସୁଥିବା ଶ୍ରୀ କବି କୁମାର ଆଜାଦଙ୍କର ସୋମବାର ଦିନ ଦେହାନ୍ତ ହୋଇଯାଇଛି । କବି କୁମାର ବହୁତ ହସ ଖୁସିଆ ଏବଂ ଖାଇବାପ୍ରିୟ ଲୋକ ଥିଲେ । ଡା. ହାତୀଙ୍କ ମୃତ୍ୟୁ ପରେ ଟିଭି ଜଗତରେ ଶୋକର ଛାୟା ଖେଳିଯିବା ସହ ବର୍ତ୍ତମାନ ପାଇଁ ‘ତାରକ ମେହତାର’ ସୁଟିଙ୍ଗ ବନ୍ଦ କରାଇ ଦିଆଯାଇଛି ।
ବର୍ତ୍ତମାନ ଏହି ସମୟରେ ଡା. ହାତୀଙ୍କର ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକି ସେ ପ୍ରାୟ ୨ ବର୍ଷ ପୂର୍ବେ ଲେଖିଥିଲେ । ସେ ନିଜର ଏକ ଫଟୋକୁ ସେୟାର କରି ହିନ୍ଦୀରେ ଲେଖିଥିଲେ “କିସନେ କାହା କଲ ହୋ ନା ହୋ, ମେ କେହତା ହୁଁ, ‘ପଲ ହୋ ନା ହୋ, ହର ଲମହେ ଜିଓ’” । ତାଙ୍କର ଏହି ଟ୍ୱିଟରେ ଜଣା ପଡୁଛି ଯେ, ସେ ବିଞ୍ôଚବା ପାଇଁ କେତେ ଇଚ୍ଛୁକ ଥିଲେ ।

ମିଳିଥିବା ସୂଚନା ମୁତାବକ ସେ କିଛି ଦିନ ପୂର୍ବରୁ ନିଜର ସର୍ଜରୀ କରି ୮୦ କେଜିର ଓଜନ କମାଇଥିଲେ । ଏହା ଦ୍ୱାରା ତାଙ୍କର ଚଳ ପ୍ରଚଳ କରିବାରେ ବହୁତ ଅସୁବିଧା ହେଉଥିଲା ।
ଡା. ହାତୀଙ୍କର ବାଲ୍ୟ କାଳରୁ ହିଁ ଅଭିନୟ କରିବାର ବହୁତ ସଉକ ଥିଲା । ଅଭିନେତା ହେବା ପାଇଁ ସେ ବିହାରରୁ ନିଜ ଘର ଛାଡି ମୁମ୍ବାଇ ଚାଲିଆସିଥିଲେ । କିଛି ସମୟ ପର୍ଯ୍ୟନ୍ତ ଟଙ୍କା ଅଭାବ କାରଣରୁ ତାଙ୍କୁ ମୁମ୍ବାଇର ରସ୍ତା କଡରେ ରାତି ବିତାଇବାକୁ ମଧ୍ୟ ପଡିଥିଲା । ଅଭିନୟ ଛଡା ତାଙ୍କର କବିତା ଲେଖିବା ପ୍ରତି ବହୁତ ସଉକ ଥିଲା । ଡା. ହାତୀଙ୍କୁ ୨୦୦୦ ମସିହାରେ ଫିଲ୍ମ ମେଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଡା. ହାତୀଙ୍କର ମୃତ୍ୟୁ ପରେ ତାଙ୍କର ପ୍ରସଂଶକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଡା. ହାତୀଙ୍କର ଦେହାନ୍ତ ପରେ ତାଙ୍କର କୋ-ଷ୍ଟାର ଦୟାବେନ (ଦିଶା ୱକାନୀ) କହିଛନ୍ତି ଯେ, ସେ ଆମ ମଧ୍ୟରେ ଆଉ ନାହାନ୍ତି ଯାହାକୁ ମୁଁ ଜମାରୁ ବି ବିଶ୍ୱାସ କରିପାରୁ ନାହିଁ । ସେ ଜଣେ ସହୃଦୟବାନ ବ୍ୟକ୍ତି ଥିଲେ । ତାଙ୍କୁ ଖାଇବା ଏବଂ ଖୁଆଇବା ବହୁତ ପସନ୍ଦ ଥିଲା । ମୋର ଗର୍ଭଧାରଣା ଅବସ୍ଥା ସମୟରେ ସେ ଖାସ କରି ମୋ ପାଇଁ ଗୋଲାପ ଜାମ୍ମୁ ଆଣିଥିଲେ ।


Share It

Comments are closed.