ଏବେ ହ୍ୱାଟସଅପ୍ କହିବ କେଉଁ ଖବର ମିଥ୍ୟା


ଫେସବୁକ ମାଲିକାନାଭୁକ୍ତ ମେସେଜିଙ୍ଗ ଆପଲିକେସନ ହ୍ୱାଟସଅପ୍, ଏହି ପ୍ଲାଟଫର୍ମ ମାଧ୍ୟମରେ ଭୁଲ ଏବଂ ବିସ୍ଫୋରକ ତଥ୍ୟ ଯାହା ଦେଶରେ ହିଂସା ଏବଂ ଆଇନ ଆମାନ୍ୟର ପ୍ରସାର କରୁଛି ତାହାର ପରୀକ୍ଷଣ ପାଇଁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛି । ଜୁଲାଇ ୩, ୨୦୧୮ର ପତ୍ର ଅନୁଯାୟୀ ଇଲେକଟ୍ରୋନିକ୍ସ ଏବଂ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ (ଏମଅଇଆଇଟିୱାଇ), ଅନେକ ପ୍ରକିୟା ଦର୍ଶାଇଛନ୍ତି ଯାହା ଏହି ପ୍ଲାଟଫର୍ମରେ ବିଭିନ୍ନ ବୈ÷ଶିଷ୍ଟ୍ୟ ମାଧ୍ୟମରେ ଦେଶରେ ଏହି ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ପାଇଁ ବ୍ୟବହାର କରାଯିବ ।

ହ୍ୱାଟସଅପ୍ର ଏକ ସତ୍ତ୍ୱାଧିକାରୀ ନିଜ ମନ୍ତବ୍ୟରେ କହିଛନ୍ତି ଯେ, “ହ୍ୱାଟସଅପ୍ ଗଭୀରଭାବେ ଲୋକଙ୍କ ସୁରକ୍ଷା ଏବଂ ମୁକ୍ତ ଯୋଗାଯୋଗରେ ସେମାନଙ୍କ ଦକ୍ଷତା ପାଇଁ ଯତ୍ନବାନ । ଆମ୍ଭେମାନେ ଆମ୍ଭମାନଙ୍କର ସେବା ଦ୍ୱାରା ହାନିକାରକ ତଥ୍ୟ ସମ୍ପ୍ରସାରଣ କରିବା ପାଇଁ ଚାହୁଁନାହୁଁ ଏବଂ ଏହା ହେଉଛି ଏକ ବଡ଼ ଆହ୍ୱାନ୍ ଯାହାକୁ କମ୍ପାନୀ ତଥା ସମାଜ ପରିପ୍ରକାଶ କରିବା ଉଚିତ୍ । ଉଦାହରଣ ସ୍ୱରୂପ, ସମ୍ପ୍ରତି ଆମ୍ଭେମାନେ ବିଭିନ୍ନ ଗ୍ରୁପ ଚାର୍ଟରେ ଅନେକ ଅପଡେଟ କରିଛୁ ଏବଂ ଏହା ଲୋକମାନଙ୍କୁ ଭୁଲ ତଥ୍ୟ ଏବଂ ପରିହାସଜନକ ତଥ୍ୟକୁ ଜାଣିବା ପାଇଁ ସାହାଯ୍ୟ କରିବା ପାଇଁ ଏକ ପଦକ୍ଷେପ ।”

ହ୍ୱାଟସଅପ୍ ଗଭୀରଭାବେ ଲୋକମାନଙ୍କର ସୁରକ୍ଷା ପାଇଁ ଯତ୍ନବାନ, ଯାହା ପାଇଁ ଆମ୍ଭେମାନେ ଆମ୍ଭର ଆପର ସୁରକ୍ଷାକୁ ଦୃଷ୍ଟିରେରଖି ଡିଜାଇନ କରିଛୁ । ଉଦାହରଣ ସୂରୁପ, ଆପଣ କେବଳ ଗୋଟିଏ ଟ୍ୟାପରେ ଯେକୌଣସି ବ୍ୟକ୍ତିଙ୍କୁ ବ୍ଲକ କରିପାରିବେ ଏବଂ ଯଦି ଆପଣଙ୍କ ଆଡ୍ରେସ ବୁକରେ ନଥିବା ବ୍ୟକ୍ତି ଆପଣଙ୍କୁ ମେସେଜ କରୁଥାଏ ତେବେ ହ୍ୱାଟସଅପ ଆପଣଙ୍କୁ ସ୍ୱୟଂଚାଳିତଭାବେ ପ୍ରଶ୍ନ କରିବ କି ଆପଣ ଏହି ବ୍ୟବହାରକାରୀଙ୍କୁ ବ୍ଲକ କରିବାକୁ ଚାହୁଁଛନ୍ତି କି ରିର୍ପୋଟ କରିବାକୁ ଚାହୁଁଛନ୍ତି । ଆପଣ ଚାହୁଁନଥିବା ତଥ୍ୟର ସମ୍ପ୍ରସାରଣକୁ ରୋକିବା ପାଇଁ ଆମ୍ଭେମାନେ ମଧ୍ୟ ସମ୍ପ୍ରତି ଗ୍ରୁପ ଚାର୍ଟରେ କିଛି ପରିବର୍ତ୍ତନ କରିଛୁ ଯାହାକି ଆପଣ ଉଠାଉଥିବା ସ୍ୱତନ୍ତ୍ର ଅସୁବିଧାକୁ ଦୂର କରିବ ବୋଲି ଆମ୍ଭେମାନେ ବିଶ୍ୱାସ କରୁଛୁ ।

ମେ ମଧ୍ୟଭାଗରେ, ଗ୍ରୁପରୁ ବାହାରି ଯାଇଥିବା ଲୋକମାନଙ୍କୁ ଆଡ କରିବା ତଥା ଯେଉଁମାନେ ଗ୍ରୁପରୁ ବାହାରି ଯାଇଛନ୍ତି ସେଗୁଡିକର ଖରାପ ବ୍ୟବହାର ରୋକିବା ପାଇଁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛୁ, ତେଣୁ ଆମ୍ଭେମାନେ ଏକ ନୂତନ ସୁରକ୍ଷା ପ୍ରାରମ୍ଭ କରିଛୁ । ଏବଂ ଗତ ସପ୍ତାହରେ, ଆମ୍ଭେମାନେ ଏକ ନୂତନ ସେଟିଙ୍ଗର ଶୁଭାରମ୍ବ କରିଛୁ ଯାହା ମାଧ୍ୟମରେ ଆଡମିନିଷ୍ଟ୍ରେଟର କିଏ ବ୍ୟକ୍ତିଗତ ଗ୍ରୁପରେ ମେସେଜ ପଠାଇବେ ନିଷ୍ପତି ନେବୋକୁ ସକ୍ଷମ ହେବେ । ଏହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଗ୍ରୁପ ଆଲୋଚନାରେ ଚାହୁଁନଥିବା ମେସେଜର ସମ୍ପ୍ରସାରଣକୁ ରୋକିବାରେ ଏହା ସାହାଯ୍ୟ କରିବା ସହିତ ପରିହାସଜନକ ଏବଂ ଅନ୍ୟାନ୍ୟ ବିଷୟବସ୍ତୁର ସମ୍ପ୍ରସାରଣକୁ ରୋକାଯାଇପାରିବ ।

ଏହା ସହିତ, ଭାରତରେ ଏକ ନୂତନ ସ୍ତରର ପରୀକ୍ଷା କରିଆସୁଛୁ, ଯାହା ଦର୍ଶାଇବ କେବେ ମେସେଜଟି ସେଣ୍ଡର ଦ୍ୱାରା ଫରୱାର୍ଡ ହୋଇଛି କି କମ୍ପୋଜ ହୋଇଛି । ଏହା ଗ୍ରହଣକାରୀଙ୍କୁ ମେସେଜ ପଠାଇବା ପୂର୍ବରୁ ଦୁଇ ଥର ଚିନ୍ତା କରିବା ପାଇଁ କାରଣ ଦର୍ଶାଇବକି ଏହି ବିଷୟବସ୍ତୁ ସେହି ବ୍ୟକ୍ତିବିଶେଷଙ୍କ ଦ୍ୱାରା ଲେଖାଯାଇଛି ନଚେତ୍ ଅନ୍ୟ ଜଣଙ୍କ ଠାରୁ ଏହା ଏକ ର୍ୟୁମର ଆସିଛି ତାହା ଜାଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂକେତଭାବେ କାର୍ଯ୍ୟ କରିବ । ଏହି ନୂତନ ବୈଶିଷ୍ଟ୍ୟକୁ ଖୁବ ଶୀଘ୍ର ଶୁଭାରମ୍ଭ କରିବା ପାଇଁ ଆମ୍ଭେମାନେ ଯୋଜନାବଦ୍ଧ । ପରିଶେଷରେ ଏହି ସପ୍ତାହର ପ୍ରାରମ୍ଭରେ, ଆମ୍ଭେମାନେ ଭାରତରେ ଏକାଡେମିକ ଏକ୍ସପର୍ଟଙ୍କ ସହିତ କାମ କରି ଭୁଲ ତଥ୍ୟର ସମ୍ପ୍ରସାରଣ ସମ୍ବନ୍ଧରେ ଜାଣିବା ପାଇଁ ନୂତନ ପ୍ରୋଜେକ୍ଟର ଘୋଷଣା କରିଛୁ ଯାହାକି ଅତିରିକ୍ତ ପ୍ରସାରଣ ହେଉଥିବା ଉତ୍ପାଦ ବିକାଶ ସମ୍ବନ୍ଧରେ ଜଣାଇବା ସହିତ ଖରାପ କାର୍ଯ୍ୟକଳାପ(ନିମ୍ନରେ ଦେଖନ୍ତୁ)କୁ ବ୍ଲକ କରିବା ପାଇଁ ସାହାଯ୍ୟ କରିବ ।


Share It

Comments are closed.