କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା, ଦଳରୁ ଇସ୍ତଫା ଦେଲେ ସାଂସଦ ସଞ୍ଜୟ ସିଂହ


ଚଳିତ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ମାଟି କାମୁଡି ପଡିଥିବାବେଳେ ବର୍ତ୍ତମାନ ପୁଣିଥରେ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଆଜି ପୁଣିଥରେ କଂଗ୍ରେସ ଜଣେ ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହ ଦଳରୁ ଇସ୍ତଫା ଦେଇଥିବାବେଳେ ଆସନ୍ତା କାଲି ସେ ବିଜେପିରେ ସାମିଲ ହେବାର ଯୋଜନା ରହିଛି ।
ଦଳରୁ ନିଜ ଇସ୍ତଫା ଦେଇ ସଞ୍ଜୟ କହିଛନ୍ତି ଯେ, “ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାରା ଦେଶ ଠିଆ ହୋଇଛି । ଯଦି ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ଦେଶବାସୀ ଅଛନ୍ତି ତେବେ ମୁଁ ବି ତାଙ୍କ ସହ ରହିବ ।” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଗତ କାଲି ମୁଁ ବିଜେପିରେ ସାମିଲ ହେବାକୁ ଯାଉଛି । ଏଥିପାଇଁ ମୁଁ ଦଳରୁ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇ ସାରିଛି । ”ସଞ୍ଜୟ ସିଂହଙ୍କ ଇସ୍ତଫାକୁ ଶ୍ରୀ ଭେଙ୍କିଆ ନାଇଡୁ ସ୍ୱୀକାର ମଧ୍ୟ କରିଦେଇଛନ୍ତି ।
ପ୍ରକାଶ ଥାଉକି, ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଯେତେବେଳେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ସଞ୍ଜୟ ସିଂହ ତାଙ୍କୁ ଇସ୍ତଫା ନଦେବା ପାଇଁ ଅନୁରୋଧ କରିଥିଲେ । ସଞ୍ଜୟ ଏହା ବିଶ୍ୱାସ ମଧ୍ୟ ଦେଇଥିଲେ ଯେ, ରାହୁଲଙ୍କୁ ନେତୃତ୍ୱରେ କଂଗ୍ରେସ ପୁଣିଥରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବ ।


Share It

Comments are closed.