ସ୍ମାର୍ଟଫୋନର ସ୍କ୍ରିନରେ ସ୍କ୍ରାଚ ହୋଇଯାଇଛି କି? ଜାଣନ୍ତୁ କିପରି ଠିକ କରିବେ


ସ୍ମାର୍ଟଫୋନକୁ ଅଧିକ ବ୍ୟବହାର କରିବା ଦ୍ୱାରା ଡିସପ୍ଲେରେ ସ୍କ୍ରାଚ ପଡିବା ସୁନିଶ୍ଚିତ, ଯାହା ଫଳରେ ଫୋନରେ ସ୍ପଷ୍ଟ ଦେଖିବା ସମ୍ଭବପର ହୋଇନଥାଏ । ତେବେ ସ୍ମାର୍ଟଫୋନରେ ସ୍କ୍ରାଚ ହେବା ଏକ ସାଧାରଣ କଥା । ଯଦି ଆପଣଙ୍କ ସ୍ମାର୍ଟଫୋନର ସ୍କ୍ରିନରେ ସ୍କ୍ରାଚ ହୋଇଯାଇଛି, ତେବେ ଏଥି ପାଇଁ ଆଦୌ ବ୍ୟସ୍ତ ହୁଅନ୍ତି ନାହିଁ ।
କାରଣ ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ, ଯାହା ଦ୍ୱାରା ଆପଣଙ୍କ ଫୋନର ଡିସପ୍ଲେରେ ହୋଇଥିବା ସ୍କ୍ରାଚକୁ ଦୂର କରିପାରିବେ । ଆପଣ ଭାବୁଥିବେ ଏଥିପାଇଁ ଆପଣଙ୍କୁ ବୋଧେ ନୂଆ ଡିସପ୍ଲେ ପକାଇବାକୁ ପଡିବ ? ଆଜ୍ଞା ସେମିତି କିଛି ନୁହେଁ ମାତ୍ର ୧୦ ଟଙ୍କା ବିନିମୟରେ ଆପଣ ନିଜ ଘରେ ବସି ଏହା ମରାମତି କରିପାରିବେ ।
୧- ପ୍ରଥମେ ୧୦ ଟଙ୍କାରେ କୌଣସି ବି ଟୁଥପେଷ୍ଟ ବଜାରରୁ କିଣି ଆଣନ୍ତୁ ।
୨- ଟୁଥ ପେଷ୍ଟରେ ଏକ ପ୍ରକାରର ରସାୟନିକ ପଦାର୍ଥ ରହିଥାଏ । ଯାହାର ବ୍ୟବହାର ବେକିଂ ସୋଡା ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।
୩- ଏହି ରସାୟନିକ ପଦାର୍ଥ ଧାତୁ ଉପରେ ଲାଗିଥିବା ଜଙ୍କକୁ ମଧ୍ୟ ସଫା କରିବାରେ ସହାୟକ ହୋଇଥାଏ ।
୪- ମୋବାଇଲ ଡିସପ୍ଲେର ସ୍କ୍ରାଚ ହୋଇଥିବା ସ୍ଥାନରେ ଟୁଥପେଷ୍ଟକୁ ଲଗାନ୍ତୁ । ଏହା ପରେ ଏକ ସଫା କପଡାରେ ଏକ ଧିରେ ଧିରେ ମାଲିସ କରନ୍ତୁ । ପରେ ଏହାକୁ ଟିକେ ପ୍ରେସର ଦେଇ ମାଲିସ କରିବେ । ଯାହା ଫଳରେ କିଛି ସମୟ ପରେ ଆପଣ ଏହାର ଫରକ ଜାଣିପାରିବେ ।

ଭେସଲିନ –
ବଜାରରୁ କୌଣସି ଏକ ଦୋକାନରୁ ଭେସଲିନ କିଣିଆଣିବେ । ଠିକ ସମାନ ଭାବେ ଡିସପ୍ଲେରେ ସ୍କ୍ରାଚ ହୋଇଥିବା ସ୍ଥାନରେ ଆପଣ ତାକୁ ଲଗାଇଦିଅନ୍ତୁ ଏବଂ ଏକ ସଫା କପଡାରେ ଧିରେ ଧିରେ ମାଲସ କରିବେ । କିଛି ସମୟ ପରେ ଆପଣ ଦେଖିବେ ଉକ୍ତ ସ୍ଥାନରେ ହୋଇଥିବା ସ୍କ୍ରାଚ ସମ୍ପୂର୍ଣ୍ଣ ଠକ ହୋଇଯାଇଛି ।

 ଅନ୍ୟ ଏକ ଉପାୟ ହେଉଛି ଏରେଜର ବା ରବର
ସ୍କୁଲରେ ପିଲାମାନେ ପାଠପଢିବା ବେଳେ ନିଜ ନୋଟବୁକରେ ଏରେଜର ସାହାଯ୍ୟରେ ଭୁଲକରିଥିବା ସ୍ଥାନକୁ ଯେପରି ଲିଭାଇଦିଅନ୍ତି । ଠିକ ସେହିପରି ଏରେଜର ସାହାଯ୍ୟରେ ଫୋନରେ ହୋଇଥିବା ସ୍କ୍ରାଚକୁ ମଧ୍ୟ ଭଲ କରିପାରିବେ ।


Share It

Comments are closed.