ବଜାରକୁ ଆସିଲା ୧୦୦ଟଙ୍କିଆ ନୂଆ ନୋଟ


ଆରବିଆଇ ପକ୍ଷରୁ ନିଜର କର୍ମକର୍ତ୍ତାଙ୍କୁ ନୂତନ ୧୦୦ଟଙ୍କିଆ ନୋଟ ପ୍ରଦାନ କରାଯାଇଛି । ଏହି ୧୦୦ ଟଙ୍କିଆ ନୋଟର ନୂତନ ନୋଟକୁ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାକୁ ପଠାଇଦିଆଯାଇଥିବା ବେଳେ ଏହା ବ୍ୟାଙ୍କର କର୍ମକର୍ତ୍ତାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବଣ୍ଟା ଯାଇ ନାହିଁ । ସାଧାରଣ ଲୋକଙ୍କୁ ଏହି ନୂଆ ନୋଟ ଆଗାମୀ ସପ୍ତାହ ମଙ୍ଗଳବାର ଏବଂ ବୁଧବାର ସୁଧା ମିଳିଯିବ । ଏହି ନୂଆ ନୋଟ ଆସିବା ପରେ ମଧ୍ୟ ପୁରୁଣା ୧୦୦ ଟଙ୍କିଆ ନୋଟ ମଧ୍ୟ ପ୍ରଚଳିତ ରହିବ ।
ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂଆ ନୋଟକୁ ପ୍ରଥମେ ବୁଧବାର ଦିନ ଆରବିଆଇର କର୍ମକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯାଇଥିଲା ଓ ପରେ ଗୁରୁବାର ଦିନ ଏହାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ପଠାଇ ଦିଆଯାଇଥିଲା ।
ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଏହି ନୂଆ କରେନ୍ସିକୁ ଷ୍ଟେଟ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କ ମାନଙ୍କୁ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।
ପ୍ରାୟ ୮୦୦ କୋଟିର ଏହି ନୂଆ କରେନ୍ସିକୁ ବଜାର ଛଡା ଯିବାର ପ୍ରକ୍ରିୟା ରହିଛି । ଏହି ନୋଟର ପଛ ଭାଗରେ , ୟୁନେସ୍କୋ ବିଶ୍ୱ ସାମରିକ ସୂଚୀରେ ସାମିଲ ଥିବା ଗୁରୁରାଟର ପଟଣାସ୍ଥିତ ରାଣୀଙ୍କ ବାୱଡିର ପ୍ରତିଛବି ରହିଛି । ଏହି ନୂତନ କରେନ୍ସିର ରଙ୍ଗ ବାଇଗେଣି ହୋଇଥିବା ସହ ଏଥିରେ ୨ ଡଜନରୁ ଅଧିକ ସୁରକ୍ଷା ଫିଚର ରହିଛି


Share It

Comments are closed.