ଜାଣନ୍ତୁ ଇୟୁରୋପର କିଛି ସୁନ୍ଦର ଗ୍ରାମ ବିଷୟରେ, ଯାହାକି ଆପଣଙ୍କୁ ସ୍ୱର୍ଗଭଳି ଅନୁଭବ ଦେବେ


ଇୟୁରୋପୀୟମାନଙ୍କର ସଂସ୍କୃତି ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ସ୍ୱତନ୍ତ୍ର ଅଟନ୍ତି । ସେଥିପାଇଁ ସାରା ବିଶ୍ୱରୁ ଅନେକ ଭ୍ରମଣକାରୀ ଇୟୁରୋପକୁ ସେମାନଙ୍କ ଛୁଟିଦିନ କଟାଇବାକୁ ଯାଇଥାଆନ୍ତି । ସାଧାରଣତଃ ସମସ୍ତେ ଇୟୁରୋପ ଭ୍ରମଣରେ ରୋମ୍‌, ପ୍ୟାରିସ, ଲଣ୍ଡନ କିମ୍ବା ବର୍ଣ୍ଣିଲ୍ ଭଳି ସହରମାନଙ୍କୁ ଯାଇଥାଆନ୍ତି । କିନ୍ତୁ ହୁଏତ ଆପଣମାନେ ଜାଣି ନଥିବେ ଏଠାକର ଗ୍ରାମଗୁଡ଼ିକ ମଧ୍ୟ ସହରମାନଙ୍କ ତୁଳନାରେ କିଛି ନୁହନ୍ତି । ଏହି ଗ୍ରାମଗୁଡ଼ିକୁ ଦେଖିଲେ କେହି ମଧ୍ୟ ବିଶା୍ୱସ କରିପାରିବେ ନାହିଁ ଯେ, ବିଶ୍ୱରେ ଏପରି ଉନ୍ନତ, ବିକଶିତ, ଓ ପ୍ରାକୃତିକ ପରିବେଶରେ ଭରପୁର ଗ୍ରାମ ଥାଇପାରେ ବୋଲି । ଆକାଶ ମାର୍ଗରୁ ଏହି ଗ୍ରାମଗୁଡ଼ିକୁ ଦେଖିଲେ ମନରେ ଏକ ଅଦ୍ଭୁତ ଆନନ୍ଦ ଓ ଉତ୍କଣ୍ଠା ଜାଗ୍ରତ ହୋଇଥାଏ । ଆସନ୍ତୁ ନଜର ପକାଇବା ଇୟୁରୋପର ଏଭଳି କିଛି ଗ୍ରାମଗୁଡ଼ିକ ଉପରେ ।

ସ୍କିଲା
ଦକ୍ଷିଣ ଇଟାଲୀର ରେଜିଓ କାଲାବ୍ରିଆଠାରୁ ପ୍ରାୟ ୨୦ କିମି ଦୂରରେ ସ୍କିଲା ଗ୍ରାମ ବାସ୍ତବରେ ଏକ ପୋଷ୍ଟକାର୍ଡ ଭଳି ଲାଗେ । ଚାଇଆନାଲିଆର ଅନେକ ମତ୍ସଜୀବି ଏହି ଗ୍ରାମରେ ବାସ କରନ୍ତି । ସୋପାନ ପ୍ରଣାଳୀରେ ହୋଇଥିବା ଘର ସହିତ ଗ୍ରାମକୁ ଲାଗିଥିବା ସମୁଦ୍ରର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଥାଏ ।

କ୍ଲିମା
ଗ୍ରିକ୍‌ରେ ଥିବା ଏହି ଗ୍ରାମ ପ୍ରକୃତି ଓ ଐତିହ୍ୟରେ ଭରପୂର ଅଟେ । କୁହାଯାଏ ଯେ ପୁରାତନ କାଳରେ ଏହି ଗ୍ରାମ ନିଜେ ଏହାର ରୌପ୍ୟମୁଦ୍ରା ପ୍ରସ୍ତୁତ କରିଥିଲା ଏବଂ ନିଜେ ଏହାର ଅକ୍ଷର ମଧ୍ୟ ସୃଷ୍ଟି କରିଥିଲା । ଏଠାରେ ଆପଣମାନେ ଫିସିଂ ବନ୍ଦର ସହିତ ରଙ୍ଗବେରଙ୍ଗର ଘରମାନ ଦେଖିବାକୁ ପାଇବେ ।

ସାଉଥ୍‌ଓଲ୍ଡ
ଇଂଲଣ୍ଡର ମନୋରମ ଗ୍ରାମଗୁଡ଼ିକ ମଧ୍ୟରେ ସାଉଥ୍‌ଓଲ୍ଡର ସ୍ଥାନ ସ୍ୱତନ୍ତ୍ର ଅଟେ । ସମୁଦ୍ର ଉପକୂଳରେ ଅବସ୍ଥିତ ଏହି ଗ୍ରାମରେ ଜର୍ଜିଆନ୍ କାରୁକାର୍ଯ୍ୟ ଓ କ୍ଷୁଦ୍ରଶିଳ୍ପ ସାମଗ୍ରୀ ଥିବା ଦୋକାନ ଧାଡ଼ି ହୋଇ ଥିବାର ଦେଖିବାକୁ ମିଳେ । ସମୁଦ୍ର ବେଳାଭୂମିରେ ପରକୁ ପର ଲାଗି ଲାଗି ଥିବା ରଙ୍ଗବେରଙ୍କର କେବିନଗୁଡ଼ିକ ଏହି ସ୍ଥାନର ସୁନ୍ଦରତାକୁ ଦ୍ୱିଗୁଣିତ କରିଦେଇଥାଏ ।

ଟ୍ରାଇବର୍ଗ ଇମ୍ ସ୍ୱାର୍ଜୱାଲ୍ଡ
ଜର୍ମାନୀରେ ଥିବା ଏହି ଗ୍ରାମ ଏହାର କୋଇଲି କାରୁକାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା । ପ୍ରାକୃତିକ ପରିବେଶ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଜର୍ମାନୀର ସର୍ବାଧିକ ୱାଟରଫଲ୍ ଟ୍ରାଇବର୍ଗ ଇମ୍ ସ୍ୱାର୍ଜୱାଲ୍ଡରେ ଦେଖିବାକୁ ମିଳେ । ଏହି ୱାଟରଫଲ୍‌ଗୁଡ଼ିକ ୧୮୩ ମିଟରରୁ ଆଧିକ ଉଚ୍ଚ ହୋଇଥାଆନ୍ତି ଓ ବର୍ଷସାରା ଏଠାରେ ପରିବେଶ ଶାନ୍ତ ରହିଥାଏ ।

ଗିଥୁର୍‌ନ
ଏହି ଗ୍ରାମ ଡଚ୍ କ୍ୟାପିଟାଲ୍‌ର ଉତ୍ତର ଦିଗକୁ ମାତ୍ର ଦେଢ଼ ଘଣ୍ଟାର ବାଟ ଅଟେ । ଏହି ଗ୍ରାମଟି ସବୁଜ ପରିବେଶରେ ଭରପୁର । ଏହି ଗ୍ରାମ ମଝି ଦେଇ ଏକ ସୁନ୍ଦର କେନାଲ ଯାଇଛି । ଏଠାରେ ଯିବା ଆସିବା କରିବା ପାଇଁ ଆପଣଙ୍କୁ ପାଦରେ ଚାଲିକରି, ସାଇକେଲ୍‌ରେ ଅଥବା ଡଙ୍ଗାରେ ଯିବାକୁ ହେବ । ଏଠାରେ ଥିବା ଘରଗୁଡ଼ିକ ଦେଖିବାକୁ ଆକର୍ଷଣୀୟ ହୋଇଥିବାବେଳେ ଘର ବାହାରେ ଥିବା ସବୁଜ ବଗିଚା ଆହୁରି ହୃଦୟସ୍ପର୍ଷି ହୋଇଥାଏ । କେନାଲ ଦେଇ ଲୋକମାନଙ୍କ ଯିବାଆସିବା କରିବା ପାଇଁ ଏଠାରେ ଡଙ୍ଗାର ବ୍ୟବସ୍ଥା କରାଯାଇଛି ।

Smögenbyggan 2017

ସ୍ମୋଗେନ୍‌
ସ୍ମୋଗେନ ହେଉଛି ସ୍ୱିଡେନର ଗୁଥେନ୍‌ବର୍ଗ ଅଞ୍ଚଳରେ ଥିବା ଏକ ସନ୍ଦର ଗ୍ରାମ, ଯେଉଁଠାରେ ଅଧିକତର ଭାବେ ମତ୍ସ୍ୟଚାଷ୍ୟ କରାଯାଏ । ଏଠାରେ ଥିବା ଘରଗୁଡ଼ିକ ରଙ୍ଗବେରଙ୍ଗର ହୋଇଥିବାବେଳେ ସମସ୍ତଙ୍କ ଛାତ ନାଲି ହୋଇଥାଏ । ଖରାଦିନେ ଏହି ସ୍ଥାନକୁ ବାହାରୁ ଆନେକ ପର୍ଯ୍ୟଟକ ପାର୍ଟି କରିବାକୁ ଆସନ୍ତି ।


Share It

Comments are closed.