ଜାତୀୟ ସ୍ତରରେ ୫୦ତମ ପଦକ ଜିତିଲେ ଗୁଜରାଟ ୟୁନିଭର୍ସିଟିର ସ୍ୱିମର୍ କଲ୍ୟାଣୀ ସକ୍ସେନା


ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସକ୍ସେନା ଜାତୀୟ ସ୍ତରରେ ୫୦ତମ ପଦକ ଜିତି ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ଉପଲବ୍ଧି ହାସଲ କରିଛନ୍ତି । ମାତ୍ର ୨୦ ବର୍ଷ ବୟସର କଲ୍ୟାଣୀ ପୁନେରେ ଆୟୋଜିତ ହୋଇଥିବା ୨୦୧୯ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଗୌହାଟୀରେ ଆୟୋଜିତ ଚଳିତ ବର୍ଷର ସଂସ୍କରଣରେ ମଧ୍ୟ ୫ଟି ପଦକ ଜିତିଥିଲେ ଯାହାକି ଇଭେଂଟ୍‌ରେ ଜଣେ ସ୍ୱିମର୍‌ଙ୍କ ପାଇଁ ସର୍ବାଧିକ ଥିଲା । ସେହିପରି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରିଥିବା କଲ୍ୟାଣୀ ବୀର ନର୍‌ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି ପାଇଁ ବର୍ତମାନ ସୁଦ୍ଧା ୪ଟି ପଦକ ଜିତିସାରିଲେଣି ।

କଲ୍ୟାଣୀଙ୍କ କହିବା ଅନୁସାରେ, ଜଣେ ସ୍ୱିମର୍‌ଙ୍କୁ ସୁଧାର ଜାରି ରଖିବା ପାଇଁ ଦୈନିକ ପୁଲ୍ ଟାଇମ୍‌ର ଆବଶ୍ୟକତା ରହିଛି । ପ୍ରତିଯୋଗିତାର ମାନ ମଧ୍ୟ ଏକ ବଡ ପରିବର୍ତନ ଆଣିଥାଏ । ଏଠାରେ ଭୁବନେଶ୍ୱରରେ ତାଙ୍କ ଇଭେଂଟରେ ପ୍ରତିଯୋଗିତାର ମାନ ଖୁବ୍ ଉଚ୍ଚ ଥିଲା , ତେଣୁ ମୋ ଟାଇମିଙ୍ଗ୍‌ରେ ସୁଧାର ଆସିଥିଲା । ଏଠାରେ ମୋ ଠାରୁ ବୟସରେ ବଡ ତଥା ଅଧିକ ଅଭିଜ୍ଞତା ଥିବା ସ୍ୱିମର୍‌ମାନଙ୍କ ସହ ପ୍ରତିଯୋଗିତା କରିବା ମୋ ପାଇଁ ଲାଭଦାୟକ ଥିଲା । ଏଠାରେ ମୁଁ କିଛି ଇଭେଂଟରେ ଛୋଟ ଛୋଟ ଭୁଲ କରିଥିଲି; ଯାହାକୁ ସୁଧାରିବାର ଆବଶ୍ୟକତା ରହିଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପରେ କଲ୍ୟାଣୀ କିଛି ମାସ ପାଇଁ ପ୍ରତିଯୋଗିତାରୁ ଦୂରେଇ ରହି ନିଜ ପ୍ରଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି । ସେ ଜାତୀୟ ସ୍ତରରେ ନିଜର ୫୦ତମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେହିପରି କଲ୍ୟାଣୀଙ୍କ ପିତା ତଥା କୋଚ୍ ଅଜୟ ସକ୍ସେନା କହିଛନ୍ତି ଯେ, “ମୁଁ ଗତ କିଛି ସପ୍ତାହ ହେବ ତାଙ୍କ ଉପରେ କାମ କରି ଆସୁଛି ଓ ତାଙ୍କର ଦୁର୍ବଳ ଷ୍ଟ୍ରୋକ୍‌ଗୁଡିକୁ ମଜଭୁତ କରିବାକୁ ଚେଷ୍ଟା କରୁଛି । କଲ୍ୟାଣୀଙ୍କର ସବୁଠାରୁ ମଜଭୁତ ଷ୍ଟ୍ରୋକ୍ ହେଉଛି ବଟର୍‌ଫ୍ଲାଏ, ତେଣୁ ସେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କର ମୁଖ୍ୟ ଧ୍ୟାନ ପ୍ରଶିକ୍ଷଣ ଓ ଫ୍ରିଷ୍ଟାଇଲ ଉପରେ ରହିଛି ।”


Share It

Comments are closed.