ଦର୍ଶକଙ୍କ ହୃଦୟ ଛୁଇଁ ପାରିଲାନି ଆୟୁସ୍ମାନଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ବିକ୍କିଙ୍କ ‘ଭୂତ୍‌’


ବଲିଉଡ଼ ଅଭିନେତା ଆୟୁସ୍ମାନ ଖୁରାନାଙ୍କ ଅଭିନିତ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ବିକ୍କି କୌଶଲଙ୍କ ଅଭିନିତ ‘ଭୂତ୍‌’ ଫିଲ୍ମ ଏପର୍ଯ୍ୟନ୍ତ ଦର୍ଶକମାନଙ୍କ ହୃଦୟସ୍ପର୍ଶୀ ହୋଇପାରିନାହିଁ । କାରଣ ଏହି ଦୁଇଟି ରିଲିଜ ହେବାର ପାଞ୍ଚ ଦିନ ଅତିକ୍ରମ କରିଗଲେ ମଧ୍ୟ ବକ୍ସ ଅଫିସ୍‌ରେ ଏମାନେ ଭଲ କମାଇପାରିନାହାନ୍ତି । ପଞ୍ଚମ ଦିନର କଲେକ୍ସନର ମାତ୍ରା ଚତୁର୍ଥ ଦିନଠାରୁ ମଧ୍ୟ କମ୍ ହୋଇଛି ।

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଏହାର ପଞ୍ଚମ ଦିନରେ ମାତ୍ର ୩ କୋଟି ଟଙ୍କା କମାଇ ପାରିଛି । ଏହିପରି ଉକ୍ତ ଫିଲ୍ମଟି ପ୍ରଥମ ଦିନରେ ୯.୫୫ କୋଟି, ଦ୍ୱିତୀୟ ଦିନରେ ୧୧.୦୮ କୋଟି, ତୃତୀୟ ଦିନରେ ୧୨.୦୩ କୋଟି ଓ ଚତୁର୍ଥ ଦିନରେ ୩.୮୭ କୋଟିର କଲେକ୍ସନ କରିଥିଲା । ଏହି ପାଞ୍ଚ ଦିନ ମଧ୍ୟରେ ଫିଲ୍ମଟି ମାତ୍ର ୩୯.୫୩ କୋଟି ଟଙ୍କା କଲେକ୍ସନ କରିବାରେ ସଫଳ ହୋଇଛି । ଅନ୍ୟ ପକ୍ଷରେ ବିକ୍କିଙ୍କ ‘ଭୂତ୍‌’ ଫିଲ୍ମ ପ୍ରଥମ ଦିନରେ ୫.୧୦ କୋଟି, ଦ୍ୱିତୀୟ ଦିନରେ ୫.୫୨ କୋଟି, ତୃତୀୟ ଦିନରେ ୫.୭୪ କୋଟି, ଚତୁର୍ଥ ଦିନରେ ୨.୩୨ କୋଟି ଓ ପଞ୍ଚମ ଦିନରେ ମାତ୍ର ୨.୨୦ କୋଟି କଲେକ୍ସନ କରିପାରିଛି । ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ‘ଭୂତ୍‌’ ଏହି ଦୁଇଟି ଫିଲ୍ମର ଯଥାକ୍ରମେ ୫୦ କୋଟି ଓ ୩୦ କୋଟି ବଜେଟ୍‌ରେ ନିର୍ମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ସେମାନେ ଏହାର ପାଖାପାଖି କଲେକ୍ସନ ମଧ୍ୟ କରିପାରିନାହାନ୍ତି ।


Share It

Comments are closed.