୧୪ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ସ୍ନେହା


ବଲିଉଡ ଅଭିନେତ୍ରୀ ସ୍ନେହା ଉଲାଲ ୧୪ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି । ସ୍ନେହା ୨୦୦୫ରେ “ଲକ – ନୋ ଟାଇମ ଫର ଲଭ” ଦ୍ୱାରା ବଲିଉଡରେ ପାଦ ଥାପିଥିଲେ । ସେହି ସମୟରେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ରହିଥିବାବେଳେ ସ୍ନେହା ଏøଶର୍ଯ୍ୟଙ୍କ ନକଲ ବୋଲି ଖୁବ ପ୍ରଶଂସା ସାଉଁଟିଥିଲେ ।
ତେବେ ବଡ ପରଦାରେ ପୁଣିଥରେ ସ୍ନେହାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସେ ଖୁବ ଖୁସି ଅଛନ୍ତି ବୋଲି କହିଛନ୍ତି । ସ୍ନେହା ଏହି ଅବସରରେ କହିଛନ୍ତି ଯେ, “ମୁଁ ବହୁତ ଖୁସି ଅଛି ଯେ, ମୋତେ ପୁଣି ଥରେ ଫିଲ୍ମରେ କାମ କରିବା ପଇଁ ସୁଯୋଗ ମିଳିଲା ଏବଂ ଏହି ମୂହୂର୍ତ୍ତକୁ ମୁଁ ଅନେକ ଦିନ ହେବ ଅପେକ୍ଷା କରିଥିଲି । ୨୦୦୫ରେ ମୁଁ ଯେତେବେଳେ ଫିଲ୍ମ ଜଗତରେ ପାଦ ଥାପିଥିଲେ ସେତେବେଳେ ସମୟ ବହୁତ ଅଲଗା ଥିଲା ଏବ ବର୍ତ୍ତମାନ ଅଲଗା । ବର୍ତ୍ତମାନ ମୁଁ ନେଟଫ୍ଲିକ୍ସର ଅଂଶ ହୋଇକି ବହୁତ ଖୁସି ।”
ପ୍ରକାଶ ଥାଉକି, ସ୍ନେହା ନେଟଫ୍ଲିକ୍ସର କୌଣସି ଏକ ପ୍ରୋଜେକ୍ଟ ପାଇଁ ସାଇନ କରିଛନ୍ତି କିନ୍ତୁ ବର୍ତ୍ତମାନ ସୁଧା ତାହା କ’ଣ ଜଣା ପଡି ନାହିଁ ।


Share It

Comments are closed.