କର୍ଣ୍ଣାଟକ ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ୟେଦୁରପ୍ପା


ଗତ କାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଏକ ଅଡିଓ କ୍ଲିପ ଜାରୀ କରିଛନ୍ତି । ଯେଉଁଥିରେ ବିଜେପି ନେତା ବି.ଏସ ୟେଦୁରପ୍ପା କର୍ଣ୍ଣାଟକର ସରକାର ଭାଙ୍ଗିବା ପାଇଁ ବିଧାୟକଙ୍କୁ ପ୍ରଲୋଭନ ଦେଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ଘଟଣାକୁ ନେଇ କଂଗ୍ରେସ ନେତା କେ.ସି ଭେଣୁଗୋପାଲ କହିଛନ୍ତି ଯେ, “କର୍ଣ୍ଣାଟକ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପିଏମ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହା, ୟେଦୁରପ୍ପାଙ୍କ ଦ୍ୱାରା ରାଜ୍ୟରେ ଘୃଣ୍ୟ ରାଜନୀତି କରୁଛନ୍ତି ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏଇ ଭିଡିଓ କ୍ଲିପରେ ଏହା ସ୍ପଷ୍ଟ ଶୁଣାଯାଉଛି ଯେ, ୟେଦୁରପ୍ପା କିପରି ପ୍ରତ୍ୟେକ ବିଧାୟକଙ୍କୁ ୧୦ କୋଟି ଲେଖାଏଁ ପ୍ରଲୋଭନ ଦେଖାଉଛନ୍ତି । ଏବଂ ଏହା ସ୍ପଷ୍ଟ ହୋଇଯାଇଛି ଯେ, ୟେଦୁରପ୍ପା ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ୧୮ ଜଣ ବିଧାୟକଙ୍କୁ ଚିହ୍ନଟ କରିଛନ୍ତି, ଯେଉଁଥିପାଇଁ ୨୦୦ କୋଟି ଟଙ୍କା ଆସିଛି ।
ସେଥିମଧ୍ୟରୁ ସେ ୧୨ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ଦେବେ ଏବଂ ବାକି ୬ ବିଧାୟକଙ୍କୁ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିବେ ବୋଲି ତାଙ୍କୁ ପ୍ରତିଶୃତି ଦେଇଛନ୍ତି ।”
ଏହି ଅଡିଓ କ୍ଲିପରେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ନାମକୁ ୟହାଁ ଏବଂ ଉହାଁ ମାଧ୍ୟମରେ ୟେଦୁରପ୍ପା ଇଙ୍ଗିତ କରି କହୁଛନ୍ତି ବୋଲି ଶୁଣିବାକୁ ମିଳିଛି ।
ପ୍ରକାଶ ଥାଉକି କୁମାରସ୍ୱାମୀ ଗତ କାଲି ଏକ ଅଡିଓ କ୍ଲିପ ଜାରୀ କରିଥିଲେ, ଯେଉଁଥିରେ ୟେଦୁରପ୍ପା ବିଧାୟକ ନାଗନ ଗୋଡାଙ୍କୁ ଅର୍ଥ ପ୍ରଲୋଭନ ଦେଉଥିବାର ଶୁଣିବାକୁ ମିଳିଥିଲା । କୁମାର ଏହା ମଧ୍ୟ କହିଥିଲେ ଯେ, ବିଜେପି କର୍ଣ୍ଣାଟକରେ ସରକାର ଭାଙ୍ଗିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ।


Share It

Comments are closed.