ସାପକୁ ମାରି ପ୍ରତିଶୋଧ ନେଲା ନିଜେ ସାପ ଦ୍ୱାରା ଦଂଶନ ହୋଇଥିବା ବ୍ୟକ୍ତି


ଗୁଜୁରାଟ ୱଡୋଦରା ଠାରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଥିବାର ଦୃଶ୍ୟ ସାମନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ଏହା ଯେ, ଜଣେ ବ୍ୟକ୍ତିକୁ ଏକ ବିଷଧର ସାପ କାମୁଡିଲା ପରେ ଉକ୍ତ ବ୍ୟକ୍ତିଟି ନିଜେ କ୍ରୋଧର ବଶବର୍ତ୍ତୀ ହୋଇ ସେ ନିଜେ ସାପଟିକୁ ଦାନ୍ତରେ କାମୁଡି କାମୁଡି ମାରିଦେଇଥିଲା । କେବଳ ଏତିକି ନୁହେଁ ସାପଟିର ମୃତ୍ୟୁ ଘଟିବା ପରେ ଉକ୍ତ ବ୍ୟକ୍ତିଟିର ମଧ୍ୟ କିଛି ସମୟ ପରେ ମୃତ୍ୟୁ ଘଟିଥିଲା ।
ଏହି ଘଟଣାଟି ୱଡୋଦରା ଠାରୁ ୧୨୦ କିଲୋ ମିଟର ଦୂରରେ ଅବସ୍ଥିତ ଥିବା ସନ୍ତରାମପୁର ତହସିଲସ୍ଥିତ ଅଜନାୱ ଗ୍ରାମରେ ଘଟିଥିଲା ।
ଏହି ଘଟଣାକୁ ନେଇ ଅଜନାୱ ଗ୍ରାମର ସରପଞ୍ଚ କହିଛନ୍ତି ଯେ, “ଏକ ଗୋଷ୍ଠୀ ସମୁଦାୟର ଶ୍ରମିକ ଲୋକ ଏକତ୍ରିତ ହୋଇ ଗୋଟିଏ ଟ୍ରକରେ ମକ୍କା ଲୋଡ କରୁଥିଲେ । ଏହି ସମୟରେ ସେହି ମକ୍କା ମଧ୍ୟରୁ ଏକ ବିଷଧର ସାପ ବାହାରିଥିଲା ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଶ୍ରମିକ ଦୈଡି ପଳାଇଥିବାବେଳେ କିନ୍ତୁ ଉକ୍ତ ମୃତ ଶ୍ରମିକ ଜଣକ ବାହାଦୂରି ମାରି ସେହି ବିଷଧର ସାପକୁ ଧରିନେଇଥିଲା, ଯାହା ଫଳରେ ସେହି ଘଟଣାସ୍ଥଳରେ ହିଁ ସାପଟି ତାଙ୍କୁ କାମୁଡି ଦେଇଥିଲା । ”ସାପଟି କାମୁଡିବା ପରେ ଉକ୍ତ ବ୍ୟକ୍ତିକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି ।


Share It

Comments are closed.