ପାକିସ୍ତାନ ପତକା ସହ ଫଟୋ ସେୟାର କରି ସମାଲୋଚନାର ଶୀକାର ହେଲେ ରାକ୍ଷୀ


ବଲିଉଡ ଅଭିନେତ୍ରୀ ତଥା ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସୁଥିବା ରାକ୍ଷୀ ସାୱନ୍ତ ପୁଣିଥରେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସେ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ପତକା ସହ ନିଜର ଏକ ଫଟୋକୁ ôପୋଷ୍ଟ କରି ସେୟାର କରିଛନ୍ତି । ସୋସିଆଲ ମିଡିଆରେ ରାକ୍ଷୀ ଏହି ଫଟୋକୁ ସେୟାର କଲା ପରେ ଅନେକ ୟୁଜର୍ସ ତାଙ୍କର ଏହି କାର୍ଯ୍ୟକଳାପକୁ ନେଇ ସମାଲୋଚନା କରିବା ସହ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ଏହି ଫଟୋଟି ହେଉଛି ରାକ୍ଷୀଙ୍କ ଆଗାମୀ ଫିଲ୍ମ ‘ଧାରା ୩୭୦’ର । ସେ ଏହି ଫିଲ୍ମରେ ଏକ ପାକିସ୍ତାନୀ ଝିଅର ଭୂମିକା ନିର୍ବାହ କରୁଛନ୍ତି । ଏହି ଫିଲ୍ମଟି ଜଣେ କାଶ୍ମୀର ପଣ୍ଡିତଙ୍କ ଉପରେ ପର୍ଯ୍ୟବେଷିତ ହୋଇଛି । ଏହି ଫିଲ୍ମଟିର ରାକ୍ଷୀ ଖଳନାୟକ ଭୂମିକାରେ ନଜର ଆସିବେ ।

ରାକ୍ଷୀ ନିଜର ଆଗୀମ ଫିଲ୍ମରେ ନିର୍ବାହ କରୁଥିବା ଭୂମିକାର ଫଟୋ ସେୟାର କରି ଲେଖିଛନ୍ତି ଯେ, “ଆଇ ଲଭ ମାଇ ଇଣ୍ଡିଆ କିନ୍ତୁ ଏହା ହେଉଛି ମୋ ଆଗାମୀରେ ମୁଁ ନିର୍ବାହ କରୁଥିବା ଭୂମିକାର ଫଟୋ ।”
ଏହି ଫିଲ୍ମରେ ରାକ୍ଷୀ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବାବେଳେ ତାଙ୍କ ଏଇ ଫିଲ୍ମରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।


Share It

Comments are closed.