ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ‘ସୋଏବ ମଲ୍ଲିକ’


ବିଶ୍ୱକପରେ ପାକିସ୍ତାନ ବାଙ୍ଗଲାଦେଶକୁ ହରାଇ ଲିଗ ମ୍ୟାଚରୁ ହିଁ ନିଜର ଅଭିଯାନ ଶେଷ କରିଥିବାବେଳେ ଅନ୍ୟପଟେ ଦଳର ବରିଷ୍ଠ ଖେଳାଳୀ ‘ସୋଏବ ମଲ୍ଲିକ’ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ସୋଏବଙ୍କୁ ଗତ କାଲି ବାଙ୍ଗଲାଦେଶ ବିପକ୍ଷରେ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳିନଥିଲା । କିନ୍ତୁ ମ୍ୟାଚ ଶେଷରେ ଦଳର ବିଜୟ ପରେ ସମସ୍ତ ଖେଳାଳୀ ତାଙ୍କୁ ‘ଗ୍ରାଣ୍ଡ ୱାକ’ ଏବଂ ‘ଗାର୍ଡ ଅଫ ଅନର’ ପ୍ରଦାନ କରି ତାଙ୍କୁ ବିଦାୟ ଦେଇଥିଲେ ।
ସୋଏବ, ଦଳ ପାଇଁ ୨୮୭ଟି ମ୍ୟାଚ ଖେଳି ୩୪.୫୫ ହାରରେ ୭୫୩୪ ରନ ସଂଗ୍ରହ କରିଛନ୍ତି । ସୋଏବ ତାଙ୍କ କ୍ୟାରିୟରରେ ୯ଟି ଶତକ ଏବଂ ୪୪ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ୧୫୮ଟି ୱିକେଟ ମଧ୍ୟ ସଂଗ୍ରହ କରିଛନ୍ତି ।
ନିଜ ଅବସର ସଂପର୍କରେ ସୋଏବ କହିଛନ୍ତି ଯେ., “ମୁଁ ଅନେକ ପୂର୍ବରୁ ବିଶ୍ୱକପ ପରେ ସନ୍ୟାସ ନେବି ବୋଲି ଘୋଷଣା କରି ସାରିଥିଲି । ଏବଂ ଏହା ମୋର ଶେଷ ବିଶ୍ୱକପ ବୋଲି ନିଷ୍ପତି ନେଇ ସାରିଥିଲି । ମୋତେ ଦୁଃଖ ମଧ୍ୟ ଲାଗୁଛି ଯେ, ମୁଁ ଏହି ଫର୍ମାଟ ଛାଡୁଛି ବୋଲି ଏବଂ ବର୍ତ୍ତମାନ ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଚାହୁଁଛି ।”


Share It

Comments are closed.