ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଲା ଶ୍ରୀଲଙ୍କା


ବିଶ୍ୱକପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୪୪ ତମ ମ୍ୟାଚ ଖେଳାଯିବାକୁ ଯାଉଛି । ଉଭୟ ଦଳଙ୍କ ମଧ୍ୟରେ ଲିଡ୍ସର ହେଡିଙ୍ଗଗ୍ଲେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ବିଶ୍ୱକପ ଲିଗରେ ଏହା ଉଭୟଙ୍କ ଶେଷ ମ୍ୟାଚ । ସେପଟେ ଭାରତ ସେମିଫାଇନାଲରେ ନିଜ ସ୍ଥାନ ପକ୍କ୍ା କରିସାରିଥିବାବେଳେ ଅନ୍ୟପଟେ ଶ୍ରୀଲଙ୍କା ଲିଗ ମ୍ୟାଚ ହିଁ ନିଜ ବିଶ୍ୱକପ ଅଭିଯାନ ଶେଷ କରୁଛି ।
ଆଜି ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଛି । ଶ୍ରୀଲଙ୍କା ନିଜ ଟିମରେ ଅଳ୍ପ କିଛି ପରିବର୍ତ୍ତନ କରିଥିବାବେଳେ ଅନ୍ୟପଟେ ଭାରତ ମଧ୍ୟ ଦଳରେ ପରିବର୍ତ୍ତନ କରିଛି । ଆଜି ଦଳରେ ୟୁଜବିନ୍ଦ୍ର ଚହଲ ଏବଂ ମହମ୍ମଦ ଶାମୀଙ୍କ ବଦଳରେ କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଥିବାବେଳେ ସେପଟେ ଜେଫ୍ରି ୱାନଡ୍ରେସଙ୍କ ବଦଳରେ ଥିସରା ପେରେରାଙ୍କୁ ସୁଯୋଗ ମିଳିଛି ।


ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଖେଳାଳୀ ହେଲେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ରିଷଭ ପନ୍ତ, ଏମ.ଏସ ଧୋନି, ଦୀନେଷ କାର୍ତିକ, ହାର୍ଦିକ ପାଣ୍ଡିଆ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଜଶପ୍ରୀତ ବୁମରା


Share It

Comments are closed.