ମୋଦି ସରକାରଙ୍କ ଦ୍ୱିତୀୟ ପାଳି ବଜେଟରେ ବ୍ଲୁ ଇକୋନୋମୀର ରହସ୍ୟ


ସଦ୍ୟ ପ୍ରକାଶିତ ହୋଇଥିବା ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ , ନିର୍ମଳା ସୀତାରମଣ ଆଗତ କରିଥିବା ବଜେଟ ମୁଖ୍ୟତଃ ବ୍ଲୁ ଇକୋନୋମୀ ଉପରେ ପର୍ଯ୍ୟବେଷିତ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏହି ବ୍ଲୁ ଇକୋନୋମୀ କ’ଣ?
ବିଶେଷଜ୍ଞଙ୍କ ମତରେ ଭାରତର ସମ୍ପୂର୍ଣ୍ଣ ବ୍ୟାପାରର ୯୦ ପ୍ରତିଶତ ସମୁଦ୍ର ମାର୍ଗରେ ହୋଇଥାଏ । ତେଣୁ ବ୍ଲୁ ଇକୋନୋମୀ କେବଳ ପ୍ରତିରକ୍ଷା ଦୃଷ୍ଟିରୁ ନୁହେଁ ବରଂ ଆର୍ଥିକ ଉନ୍ନତି ଦୃଷ୍ଟିରୁ ମଧ୍ୟ ଲାଭଦାୟକ ଅଟେ । ପ୍ରଥମ ଥର ପାଇଁ ୨୦୧୦ରେ ଗୁଣ୍ଟୁର ପଲି ବହିରେ ବ୍ଲୁ ଇକୋନୋମୀ: ୧୦ ବର୍ଷ, ୧୦୦ ଆବିଷ୍କାର, ୧୦୦ ମିଲିୟନ କର୍ମନିଯୁକ୍ତି ରେ ଏହାର ଗୁରୁତ୍ୱ ମିଳିଥିଲା । ବ୍ଲୁ ଇକୋନୋମୀ ଆଧାରରେ ଅର୍ଥ ବ୍ୟବସ୍ଥା ସାମୁଦ୍ରିକ କ୍ଷେତ୍ର ଉପରେ ଆଧାରିତ ଅଟେ, ଯେଉଁଥିରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେରଖି ବାଣିଜ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଥାଏ । ବ୍ଲୁ ଗ୍ରୋଥ ମାଧ୍ୟମରେ ଆବର୍ଜନା ସମସ୍ୟାକୁ ସମାଧାନ କରିବା ପାଇଁ ଧ୍ୟାନ ଦିଆଯାଇଥାଏ । ବ୍ଲୁ ଇକୋନୋମୀ ମାଧ୍ୟମରେ ସମୁଦ୍ରକୁ ମଧ୍ୟ ସଫା ସୁତୁରା ରଖାଯିବ, ଯାହାଫଳରେ ସମୁଦ୍ରରୁ ଅନେକ ପରିମାଣର ଉତ୍ପାଦନ କରାଯାଇ ପାରିବ । ତେଣୁ ଚଳିତ ଥର ବ୍ଲୁ ଇକୋନୋମୀ ଆଧାରରେ ଖଣିଜ ପଦାର୍ଥ ସମେତ ସାମୁଦ୍ରିକ ଉତ୍ପାଦ ଉପରେ କରାଯିବ । ବ୍ଲୁ ଇକୋନୋମୀର ଢାଞ୍ଚା ପରିବେଶ ଅନୁକୂଳ ଅଟେ କାରଣ ସମୁଦ୍ର ମାଧ୍ୟମରେ ବଡ଼ ବଡ଼ ଉତ୍ପାଦ ଗୁଡ଼ିକ ପରିବହନ କରାଯାଇ ପାରିବ । ଯାହା ଫଳରେ ଟ୍ରକ ଯାତାୟତ ଏବଂ ରେଳ ପରିବହନକୁ କିଛି ମାତ୍ରାରେ ଏଡ଼ାଇ ଦିଆଯାଇପାରେ, ଯାହାକି ପରିବେଶ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇପାରିବ । ତେଣୁ ଏହିସବୁ ଆଧାରରେ ଅନୁକୂଳ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ ।


Share It

Comments are closed.