ଶିବସେନାକୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଟାର୍ଗେଟ, କହିଲେ:ଦାଉଦର ଘର ଛାଡ଼ିଦେଲ ହେଲେ କଙ୍ଗନାଙ୍କର ଭାଙ୍ଗିଦେଲ ?


ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ଏବେ ଟଣାଓଟରା ଜାରି ରହିଛି । ଏହା ମଧ୍ୟରେ ମୁମ୍ବାଇ ପୋଲିସ ପକ୍ଷରୁ କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ମାମଲାର ଯାଂଚ ଆରମ୍ଭ ହୋଇଯାଇଛି । ଏହି ମାମଲାର ଯାଂଚ କରିବା ପାଇଁ ମୁମ୍ବାଇ ପୋଲିସକୁ ମହାରାଷ୍ଟ୍ର ସରକାରଙ୍କ ଠାରୁ ଆନୁଷ୍ଠାନିକ ଭାବେ ଏକ ପତ୍ର ମିଳିଛି । ବର୍ତମାନ ଏହି ମାମଲାରେ ଭାଜପା ନେତା ଦେବେନ୍ଦ୍ର ଫଡନାବିସ ଶିବସେନାଙ୍କୁ ଟାର୍ଗେଟ କରିଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, “କଙ୍ଗନା ରଣାୱତଙ୍କ ପ୍ରସଙ୍ଗକୁ ଆପଣ (ଶିବସେନା) ବିନା କାରଣରେ ବଢ଼ାଇଛନ୍ତି । ସେ କୌଣସି ରାଜନେତା ନୁହଁନ୍ତି । ଆପଣ ଦାଉଦର ଘର ଭାଙ୍ଗିବାକୁ ଆସୁନାହାଁନ୍ତି କିନ୍ତୁ ଆପଣ ତାଙ୍କ ଅଫିସକୁ ଭାଙ୍ଗିଦେଲୋ” ଏହାପୂର୍ବରୁ ସେ ହିନ୍ଦୀରେ ଟ୍ୱିଟ କରି କହିଥିଲେ ଯେ ଏହା ଏକ ପ୍ରକାର ରାଜ୍ୟରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆତଙ୍କ ଅଟେ ।

କେନ୍ଦ୍ରମନ୍ତ୍ରୀ ରାମଦାସ ଉଠାୱଲେ କହିଛନ୍ତି ଯେ, “ମୁୁଁ ମୁମ୍ବାଇରେ କଙ୍ଗନାଙ୍କ ସମ୍ପତିକୁ ଭଙ୍ଗାଯାଇଥିବା ପ୍ରସଙ୍ଗରେ ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କ ସହ ସାକ୍ଷାତ କରିଛି ଏବଂ ତାଙ୍କୁ ତାଙ୍କର କ୍ଷତିପୂରଣ ଦେବା ପାଇଁ ଦାବି କରିଛି । ବିଏମସି ଯେଉଁଭଳି ଭାବେ ତାଙ୍କ ସମ୍ପତିର ଭଙ୍ଗାରୁଜା କରିଛନ୍ତି, ତାହା ଭୁଲ । ତାଙ୍କୁ ନ୍ୟାୟ ମିଳିବା ଉଚିତ ।”

ପ୍ରକାଶ ଥାଉକି ରାଜ୍ୟ ମନ୍ତ୍ରୀ ଅନୀଲ ଦେଶମୁଖ କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇଥିଲେ । ସେ କଙ୍ଗନାଙ୍କର ଏକ୍ସ ବଏଫ୍ରେଣ୍ଡ ଓ ଆକ୍ଟର ଅଧ୍ୟୟନ ସୁମନଙ୍କର ଏକ ଇଂଟରଭ୍ୟୁକୁ ଆଧାର କରି ଏହି ପ୍ରସଙ୍ଗ ଉଠାଇଥିଲେ । ଅଧ୍ୟୟନ ସୁମନ ନିଜର ଏହି ଇଂଟରଭ୍ୟୁରେ କଙ୍ଗନା ଡ୍ରଗ୍ସ ନେଉଥିବା ଦାବି କରିଥିଲେ ।


Share It

Comments are closed.