ଚୀନର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଏଲଏସିରେ ଭାରତୀୟ ସେନା ପ୍ରସ୍ତୁତ, ବଢ଼ାଇଲା ବୋଫର୍ସ ନିୟୋଜିନ


ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବ ଟୈଠକ ହୋଇଛି। ଗୋଟିଏ ପଟେ ଚୀନ୍ ଭାରତ ସହ କଥାବାର୍ତ୍ତା ଜାରି ରଖିଥିବାବେଳେ, ଅନ୍ୟ ପଟେ ପେଙ୍ଗୋଙ୍ଗ ଅଞ୍ଚଳରେ ଏହାର ସେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଭାରତୀୟ ସେନା ବର୍ତ୍ତମାନ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ରେ ୧୫୫ ମିଲିମିଟରର ହ୍ୱାଇଜର୍ ନିୟୋଜନ କରିବା ଆରମ୍ଭ କରିଛି |

ବୋଫର୍ସ ତୋପ ନିୟୋଜନ ଭାରତୀୟ ସେନା ପାଇଁ ଏକ ପ୍ରମୁଖ ପଦକ୍ଷେପ। ଏହି ନିଷ୍ପତ୍ତି ନିଆଯାଇଛି ଏଭଳି ସମୟରେ ନିଆଯାଇଛି ଯେଉଁ ସମୟରେ ଚୀନ୍ ଅନୁପ୍ରବେଶ ଉଦ୍ୟମରୁ ବାଜ ପଡ଼ୁନାହିଁ। ବର୍ତମାନ ପ୍ରାୟ ୪୦ ହଜାର ଭାରତୀୟ ସୈନିକ ଏଲଏସିରେ ନିୟୋଜିତ ହୋଇଛନ୍ତି। ବାୟୁସେନା ମଧ୍ୟ ପ୍ରସ୍ତୁତ ଏବଂ ବର୍ତ୍ତମାନ ହ୍ୱାଇଜର୍ ତୋପ ମଧ୍ୟ ପଠାଯାଉଛି। ଯଦି ଚୀନ୍ ଛୋଟ ଭୁଲ ମଧ୍ୟ କରେ, ତେବେ ଏହାକୁ ଭାରୀ ପରିଣତିର ସାମ୍ନା କରିବାକୁ ପଡିବ |

ଭାରତୀୟ ସୈନିକମାନେ ବର୍ତ୍ତମାନ ଫିଙ୍ଗର ୪ ରେ ପହଞ୍ଚିଛନ୍ତି | ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ସୈନିକମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି | ଟେନସନ ମଧ୍ୟରେ ଏଲଏସିରେ ପରିସ୍ଥିତି ବଦଳି ଯାଇଛି | ହିନ୍ଦୁସ୍ତାନର ସୈନିକମାନେ ପୂର୍ବ ଲଦାଖର ବିଭିନ୍ନ ଅଞ୍ଚଳରେ ନିଜର ଦୃଢ଼ତା ବୃଦ୍ଧି କରିଛନ୍ତି। ପର୍ବତ ଯୁଦ୍ଧର ଗୁରୁ ଭାବରେ ବିବେଚନା କରାଯାଉଥିବା ସୈନିକମାନେ ଚାଇନାକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି।

ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଚୀନ୍‌ର ଅସ୍ଥିରତା ବୃଦ୍ଧି ପାଇଛି। ଯଦିଓ ଚୀନ୍ ନିଜର ଯବାନ, ଯାନବାହାନ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି, କିନ୍ତୁ ଏହି ଅଂଚଳରେ ଉଚ୍ଚତାଗୁଡ଼ିକରେ ଭାରତର ଉପସ୍ଥିତି ମଜବୁତ ହୋଇଥିବା କାରଣରୁ ଚୀନ ଏବେ ଭୟବୀତ | ଭାରତୀୟ ସୈନିକମାନେ ଉଚ୍ଚତାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ସବୁବେଳେ ନଜର ରଖିଛନ୍ତି।


Share It

Comments are closed.