ବିଜେପି ଠାରୁ ନିଜ ସଂପର୍କ ଛିନ୍ନ କଲା ଶିବସେନା


ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ରାଜ୍ୟର ରାଜନୀତି ଆହୁରୀ ସରଗରମ ହୋଇପଡିଛି । କାରଣ ବିଜେପି ରବିବାର ଦିନ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟରେ ସରକାର ଗଠନ କରିବାର ନିଷ୍ପତିରୁ ଓହରି ଥିବାବେଳେ ଏହା ପରେ ଦ୍ୱିତୀୟ ବୃହତ୍ତ ଦଳ ଶିବସେନାକୁ ରାଜ୍ୟରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରୁ ନିମନ୍ତ୍ରଣ ଆସିଛି । ସେଥିପାଇଁ ବର୍ତ୍ତମାନ ସମସ୍ତଙ୍କ ନଜର ଶିବସେନା, ଏନସିପି ଏବଂ କଂଗ୍ରେସ ଉପରେ ରହିଥିବାବେଳେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ନିମନ୍ତ୍ରଣ ମିଳିବା ପରେ ଶିବସେନା, ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ଲାଗି ଏନସିପି ଏବଂ କଂଗ୍ରେସ ଠାରୁ ସମର୍ଥନ ମାଗି ପାରନ୍ତି ।
ସେପଟେ କଂଗ୍ରେସ ବିଧାୟକଙ୍କ ସହ ସାକ୍ଷତ କରିବା ପାଇଁ ଆଜି କଂଗ୍ରେସ ମହାସଚିବ ଅହମ୍ମଦ ପଟେଲଙ୍କ ଜୟପୁର ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଅନ୍ୟପଟେ ମହାରାଷ୍ଟ୍ର ରାଜନୀତି ସ୍ଥିତିକୁ ନେଇ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଆବାସରେ ଆଜି ସିଡବ୍ଲୁସି ବୈଠକ ମଧ୍ୟ ଡକାଯାଇଛି ।
ସେହିଭଳି ଦେବେନ୍ଦ୍ର ଫଡନାୱିସଙ୍କ ଘରେ ଆସି ବିଜେପି କୋର କମିଟି ବୈଠକ ଥିବାବେଳେ ଶିବସେନା ବରିଷ୍ଠ ନେତା ସଞ୍ଜୟ ରାୱାତ ଟ୍ୱିଟ କରି କହିଛନ୍ତି ଯେ, “ଯଦି ରାସ୍ତାର ଚିନ୍ତା କରିବି ତେବେ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇଯିବ ।”


Share It

Comments are closed.