ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ପଞ୍ଜାବର ଗୁରୁଦାସପୁରରେ କରତାରପୁର କରିଡରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ, ଡେରା ବାବା ନାନକସ୍ଥିତ କରିଡରର ଚେକପୋଷ୍ଟରେ ପ୍ରଥମ ପର୍ଯ୍ୟାୟର ୫୫୦ ଶ୍ରଦ୍ଧାଳୁଙ୍କ କରତାରପୁର ପଠାଇଥିବାବେଳେ ସେଠାରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ ଏବଂ ଅନ୍ୟାନ ବରିଷ୍ଠ ନେତାଙ୍କ ସହ ମିଶି ଲରଙ୍ଗ ମଧ୍ୟ ଖାଇଲେ । କେବଳ ଏତିକି ନୁହେଁ କରତାରପୁର କରିଡରକୁ ଅଳ୍ପ ସମୟରେ ପ୍ରସ୍ତୁତ କରିବା ପାଇଁ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
କେବଳ ଏତିକି ନୁହେଁ ଏହି କରିଡରକୁ ନିର୍ମାଣ କରିବା ପାଇଁ ନିୟୋଜିତ ହୋଇଥିବା ପାକିସ୍ତାନର ସମସ୍ତ ଶ୍ରମିକଙ୍କୁ ମୋଦି ଧନ୍ୟବାଦ ଜଣାଇଥିବାବେଳେ ଏହି ନିର୍ମାଣ କାର୍ଯ୍ୟ ୧୧ମାସରେ ସଂପୂର୍ଣ୍ଣ ହୋଇଛି । ମୋଦୀ କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମବାର୍ଷିକୀ ପୂର୍ବରୁ କର୍ତ୍ତାରପୁର ସାହିବ କରିଡରର ଉଦଘାଟନ ତାଙ୍କୁ ଅନେକ ଖୁସି ଦେଇଛି | ମୋଦୀ କହିଛନ୍ତି ଯେ ଭାରତର ସ୍ୱାଧୀନତାରେ ଶିଖମାନଙ୍କର ପ୍ରମୁଖ ଭୂମିକା ରହିଛି | ଭାରତର ସୁରକ୍ଷାକୁ ନେଇ ଗୁରୁ ନାନକ ଦେବଙ୍କ ଠାରୁ ଆରମ୍ଭ କରି ଗୁରୁ ଗୋବିନ୍ଦଙ୍କ ପର୍ଯ୍ୟନ୍ତ ସବୁ ଗୁରୁ ସାହେବ ବଳିଦାନ ଦେଇଛନ୍ତି | ଏହି ପରମ୍ପରାକୁ ବଜାୟ ରଖି ସ୍ୱାଧୀନ ଭାରତର ସୁରକ୍ଷାରେ ଶିଖ ସାଥିମାନେ ନିଜକୁ ସମର୍ପିତ କରିଛନ୍ତି | ଦେଶ ଉଦ୍ଦେଶ୍ୟରେ କର୍ତ୍ତାରପୁର କରିଡର ସାହିବ ସମର୍ପିତ କରିବା ତାଙ୍କର ସୌଭାଗ୍ୟ ବୋଲି ମୋଦୀ କହିଛନ୍ତି |


Share It

Comments are closed.