କୁଣ୍ଡଳିରେ ଶନିଦୋଷ ଅଛି କି ତେବେ ଭୁଲରେ ବି କରନ୍ତୁ ନାହିଁ ଏହି କାମ


ଶନିଙ୍କୁ କ୍ରୁର ଗ୍ରହ ଭାବେ ବିବେଚନା କରାଯାଇଥାଏ । ଲୋକଙ୍କ ମନରେ ଶନିଙ୍କ ପ୍ରତି ସର୍ବଦା ଏହି ଧାରଣା ରହିଛି ଯେ, ସେ ସର୍ବଦା ଲୋକଙ୍କ ଅମଙ୍ଗଳ କରିଥାନ୍ତି, କିନ୍ତୁ ଏହି ଧାରଣା ଠିକ ନୁହେଁ । ଶନିଙ୍କ ଶୁଭଦୃଷ୍ଟି ଯେତେବେଳେ ପଡିଥାଏ, ସେତେବେଳେ ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ । ଶନି କେବେ କାହାକୁ ଅଯଥାରେ କଷ୍ଟ ଦିଅନ୍ତି ନାହିଁ । ସେ କେବଳ କର୍ମ ଅନୁସାରେ ହିଁ ଫଳ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର କାରକ ଭାବେ ବିବେଚନା କରାଯାଇଛି । ଏହି ଗ୍ରହକୁ ନ୍ୟାୟଧୀଶ ବୋଲି ମଧ୍ୟ କୁହାଯାଏ । ଏମିତିରେ ତ ଶନି ସବୁ ସମୟରେ ରାଶି ଗୁଡିକ ଉପରେ ନିଜର ପ୍ରଭାବ ଦେଖାଇଥାନ୍ତି । ତେବେ ମହାଦେଶରେ ଶନିଙ୍କ ପ୍ରଭାବ ବହୁତ ଅଧିକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆପଣ କିପରି ବିନା କୌଣସି ଉପାୟରେ ଶନିଙ୍କ ଖରାପ ପ୍ରଭାବକୁ କମ କରିପାରିବେ । ଏଥିପାଇଁ ଆମକୁ କେତେକ ବିଶେଷ ଦିଗ ଉପରେ ଧ୍ୟାନ ରଖିବାକୁ ହେବ ଯାହା ଶନିଙ୍କ କ୍ଷେତ୍ରରେ ବାରଣ କରାଯାଇଛି ।

୧. ଶନି ଶ୍ରମ ପ୍ରିୟ । ତେଣୁ ଆପଣ ଯଦି ଆଳସ୍ୟ ତ୍ୟାଗ କରି ସର୍ବଦା ନିଜକୁ କର୍ମରେ ବ୍ୟସ୍ତ ରଖିଲେ ଶନି ଆପଣଙ୍କୁ କେବେ ବି ସମସ୍ୟାରେ ରଖିବେ ନାହିଁ ।
୨. ଶନି ଶ୍ରମଜୀବୀ ଓ ଗରିବଙ୍କ ପ୍ରତିନିଧି ବୋଲି ମାନାଯାଏ । ଏଣୁ ଆପଣ ଯଦି କୌଣସି ଖଟିଖିଆଙ୍କୁ ତାଙ୍କ ହକରୁ ବଞ୍ôଚତ କରି ନଥିବେ କିମ୍ବା କୌଣସି ଗରିବଙ୍କୁ ହଇରାଣ କରିନଥିବେ, ତେବେ ଶନି ମଧ୍ୟ ଆପଣଙ୍କୁ ହଇରାଣ କରିବେ ନାହିଁ ।
୩. ଶନିଙ୍କୁ ନ୍ୟାୟର ଗ୍ରହ ବୋଲି କୁହାଯାଉଛି । ଯଦି ଆପଣ କାହା ସହ ଅନ୍ୟ କରିନଥିବେ ତେବେ ସେ ମଧ୍ୟ ଆପଣଙ୍କ ସହ ଅନ୍ୟାୟ କରିବେ ନାହିଁ ।
୪. ଶନି ଚିତ୍ରବାନ ବ୍ୟକ୍ତି ପସନ୍ଦ । ଯଦି ଆପଣଙ୍କ ସ୍ୱଭାବ ଓ ଚରିତ୍ର ଭଲ ହୋଇଥିବ ତେବେ ଶନି ଆପଣଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଇବେ ନାହିଁ ।
୫. ଶନିଙ୍କୁ ମାଂସାହାରୀ ଓ ମଦ୍ୟପ ବ୍ୟକ୍ତି ପସନ୍ଦ ନୁହନ୍ତି । ଶନିଙ୍କ ଶୁଭ ଦୃଷ୍ଟି ଲାଭ ପାଇଁ ଏସବୁଥିରୁ ନିବୃତ୍ତ ରହିଲେ ଭଲ ।

ଶନିଙ୍କର ପ୍ରିୟବାର ହେଉଛି ଶନିବାର । ବିଶ୍ୱାସ ରହିଛି ଯେ ଏହି ଦିନ ଶନିଙ୍କୁ ପୂଜା କଲେ ଆପଣଙ୍କ ସମସ୍ତ ଇଷ୍ଟ ଖଣ୍ଡନ ହୋଇଥାଏ । କେବଳ ପୂଜା ନୁହେଁ ଯେଉଁମାନଙ୍କ କୁଣ୍ଡଳିରେ ଶନି ଦୋଷ ଅଛି ସେମାନେ ଭୁଲରେ ବି ଏହି ବାରରେ କେତେକ ଜିନିଷକୁ ଗ୍ରହଣ ନ କରିବା ପାଇଁ ବାରଣ କରାଯାଇଛି । ଯଦି ଆପଣ ଏହି ବାରରେ ଶନିଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ ଶନିବାରରେ ଏହି ସବୁ ଜିନିଷ ପ୍ରତି ଦୂରତା ବଜାୟୀ ରଖନ୍ତୁ ।

 କ୍ଷୀର

ଶନିବାର ସାଧା କ୍ଷୀର ଏବଂ ଦହି ଖାଇବାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଏହି ଦିନ ଏହାକୁ ସେବନ କରୁଛନ୍ତି ତେବେ ଏଥିରେ ଗୁଢ ଏବଂ ହଳଦୀ ମିଶାଇ ପିଅନ୍ତୁ ।

 ଆମ୍ବ ଆଚାର

ଶନିବାରରେ ଆମ୍ବ ଆଚାର ଖାଇବା ଉଚିତ ନୁହେଁ । କଞ୍ଚା ଆମ୍ବ ଖଟା ଏବଂ ବହୁତ କସାଳିଆ ହୋଇଥାଏ, ଯାହାକି ଶନିଙ୍କୁ ଯମାରୁବି ପସନ୍ଦ ନୁହେଁ ।

 କଞ୍ଚା ମରିଚ

ଶନିବାର ଦିନ ଖାଇବା ପ୍ରସ୍ତୁତ କରିବା ସମୟରେ କଞ୍ଚା ମରିଚ କିମ୍ବା କଞ୍ଚା ମରିଚ ଗୁଣ୍ଡର ପ୍ରଯୋଗ ଯମାରୁ ବି କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଶନି ରାଗି ଯାଇଥାନ୍ତି ।

ମସୁର ଡାଲି

ଶନିବାର ଚଣା, ଓଟ୍ସ ଏବଂ ମୁଗ ଡାଲି ଖାଇପାରିବେ କିନ୍ତୁ ମସୁର ଡାଲି ଖାଇବାରୁ ବଞ୍ଚିବା ପାଇଁ ସର୍ବଦା ପ୍ରୟାସ କରନ୍ତୁ । ଏହା ମଙ୍ଗଳରୁ ପ୍ରଭାବିତ ହୋଇଥାଏ, ଯାହାକି ଶନିଙ୍କ କ୍ରୃର ନଜର ବଢାଇବାରେ ସହାୟକ ହୋଇଥାଏ ।

 ନିଶା

ଶନିବାର ଦିନ ମଦ କିମ୍ବା ନିଶା ସେବନ କରିବା ଉଚିତ ନୁହେଁ । ଏହା ଦ୍ୱାରା କୁଣ୍ଡଳିରେ ଶୁଭ ଶନି ଥିବା ସତ୍ତେ୍ୱ ଆପଣଙ୍କୁ ଶୁଭ ଫଳ ମିଳିନଥାଏ । ଏହା ଦ୍ୱାରା ଦୁର୍ଘଟଣାର ଆଶଙ୍କା ବହୁତ ବଢିଥାଏ ।


Share It

Comments are closed.