ପ୍ରାକୃତିକ ଉପାୟରେ କିପରି ଦୂର କରିବେ ମୁହଁର ଛିଦ୍ର


ଜଣେ ନାରୀର ସୌନ୍ଦର୍ଯ୍ୟ ମୁଖ୍ୟ ପ୍ରତିକ ହେଉଛି ମୁଖ ମଣ୍ଡଳ । ଏହି ମୁଖ ମଣ୍ଡଳ ଦ୍ୱାରା ହିଁ ସେ ତାର ସୌନ୍ଦର୍ଯ୍ୟକୁ ପ୍ରତିପାଦନ କରିଥାଏ । କିନ୍ତୁ ଦୂଷିତ ବାୟୁ କିମ୍ବା ପ୍ରଦୂଷଣ କରାଣରୁ ମୁହଁରେ ହେଉଥିବା ଛିଦ୍ର ଦ୍ୱାରା ତ୍ୱଚା ଖରାପ ହେବା ସହିତ ମୁହଁ ଖରାପ ମଧ୍ୟ କରିଥାଏ । ତେଣୁ ଏହି ଛିଦ୍ର ଗୁଡିକୁ ଦୂର କରିବା ଖୁବ ଆବଶ୍ୟକ । ଆସନ୍ତୁ ଜାଣିବା କିପରି ଘରୋଇ ଉପାୟରେ ମୁହଁର ଛିଦ୍ର ଦୂର କରିବେ ।

୧. ବରଫ ଖଣ୍ଡ

କିଛି ବରଫ ଖଣ୍ଡକୁ ଏକ କଟନ କପଡାରେ ନେଇ ମୁହଁରେ ଛିଦ୍ର ଥିବା ସ୍ଥାନରେ ଧିରେ ଧିରେ ଘଷନ୍ତୁ । ବରଫ ତ୍ୱଚାକୁ ଟାଇଟ କରିବା ସହିତ ଛିଦ୍ରଗୁଡିକର ମୁହଁ ବନ୍ଦ କରିଥାଏ ।

୨. ପ୍ରାକୃତିକ ଦହି

ଦହିରେ ଥିବା ପ୍ରୋବାଇଓଟିକ ଏବଂ ଲାକ୍ଟିକ ଏସିଡ ତ୍ୱଚାର ଛିଦ୍ରଗୁଡିକୁ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ମୁହଁରୁ ପ୍ରଦୂଷଣ ଏବଂ ବ୍ୟାକ୍ଟେରିଆ ଦୂର କରିବାରେ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଦହିକୁ ମୁହଁରେ ମାକ୍ସ ପରି ବ୍ୟବହାର କରନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଦହିକୁ ମାକ୍ସ ରୂପେ ଲଗାଇ ୧୦ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଏହି ପ୍ରକିୟା ଆପଣ ସପ୍ତାହକୁ ଥରେ କରିପାରିବେ ।

୩. ଅଣ୍ଡାର ଧଳା ଅଂଶ ଏବଂ ଲେମ୍ବୁ

ଅଣ୍ଡାର ଧଳା ଅଂଶ ତ୍ୱଚାର ଅଧିକ ତୈଳ ଅଂଶ କମ କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁରେ ଥିବା ଭିଟାମିନ ସି ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଅଣ୍ଡାର ଧଳା ଅଂଶକୁ ଗୋଟିଏରୁ ଦୁଇ ଚାମଚ ଲେମ୍ବୁ ରସ ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣ ସପ୍ତାହକୁ ଥରେ କରିପାରିବେ ।

୪. କାକୁଡି ରସ

କାକୁଡି ରସ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିକାରି ରସ କାରଣ ଏଥିରେ ଅଧିକ ପରିମାଣର ଜଳ ରହିଛି । ଗୋଟିଏ କାକୁଡିର ରସ ବାହାର କରି ତାହାକୁ ଏକ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ । ଏବଂ ୧୫ରୁ ୨୦ମିନିଟ ପରେ ଧୋଇଦିଅନ୍ତୁ । ଏହା ତ୍ୱଚାରେ ଚମକ ଆଣିବା ସହିତ ମୁହଁର ଛିଦ୍ର ବନ୍ଦ କରିବାରେ ସାହାଯ୍ୟ କରିଥାଏ ।

୫. କ୍ଲେ ମାକ୍ସ

କ୍ଲେ ତ୍ୱଚାରୁ ପ୍ରଦୂଷଣ ଏବଂ ତେଲ ଦୂର କରିବାରେ ସାହାଯ୍ୟ କିରଥାଏ । ମୁଲତାନି ମାଟି ସହିତ ଗୋଟିଏ ଚାମଚ ଗୋଲାପ ଜଳ, ଗୋଟିଏ ଚାମଚ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ୨୦ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକିୟାକୁ ଆପଣ ସପ୍ତାହକୁ ଦୁଇ ଥର ମଧ୍ୟ କରିପାରିବେ ।


Share It

Comments are closed.