ପୁୁଣି ଥରେ ବିଜେପିକୁ କଟାକ୍ଷ କଲେ ଶତ୍ରୃଘ୍ନ


ବିଜେପି ପକ୍ଷରୁ ବିହାରର ପାଟଣା ସାହେବ ଲୋକସଭା ଆସନରୁ ବିଜେପି ଟିକେଟ ପାଇବାରୁ ବଞ୍ଚିତ ହୋଇ କଂଗ୍ରେସରେ ଯୋଗଦେଇଥିବା ବରିଷ୍ଠ ନେତା ଶତ୍ରୃଘ୍ନ ସିହ୍ନା ପୁଣି ଥରେ ବିଜେପିକୁ କଟାକ୍ଷ କରିଛନ୍ତି । ସେ ବିହାରର ବୈଶାଳୀଠାରେ ମହାମେଣ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେପି ବିରୋଧରେ ନିଜ ବିଷୋଦଗାର ଓଗାଳି ଥିଲେ । କେବଳ ଏତିକି ନୁହେଁ ସେ ବିଜେପିକୁ କଟାକ୍ଷ କରି ଏହା ମଧ୍ୟ କହିଥିଲେ ଯେ, “ବିଜେପି ବର୍ତ୍ତମାନ ‘ୱାନ ମେନ ସୋ’ ଏବଂ ‘ଟୁ ମେନୱାଲା ପାର୍ଟି’ ହୋଇଯାଇଛି ।”

ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବିଜେପିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀଙ୍କ ଭଳି ବରିଷ୍ଠ ନେତାଙ୍କ ଅବସ୍ଥା ଦେଖି ମୁଁ କଂଗ୍ରେସରେ ଯୋଗଦେବାର ନିଷ୍ପତି ନେଇଥିଲି । ଏବଂ ମୁଁ ଦୀର୍ଘ ଦିନ ଧରି ମୋଦି ଏବଂ ଶାହାଙ୍କ କାର୍ଯ୍ୟକଳାପ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିଲି ବୋଲି ମୋତେ ଟିକେଟ ଦେବାରୁ ସେମାନେ ବଞ୍ଚିତ କରିଥିଲେ । ”


Share It

Comments are closed.