ମ୍ୟାକେନରୋ ପକ୍ଷରୁ ସିକ୍ରେଟ ଟେମ୍ପଟେସନର ଶୁଭାରମ୍ଭ


ଅଗ୍ରଣୀ ମହିଳା ସୁଗନ୍ଧ ବ୍ରାଣ୍ଡ ମ୍ୟାକେନରୋ ପକ୍ଷରୁ ଭୁବନେଶ୍ୱରରେ ସିକ୍ରେଟ ଟେମ୍ପଟେସନ ନିଜର ନୂତନ ବ୍ରାଣ୍ଡର ଶୁଭାରମ୍ଭ କରିଛି । ଓନ ୟୋର ଟେମ୍ପଟେସନ ଜରିଆରେ ମହିଳାଙ୍କୁ ଆତ୍ମବିଶ୍ୱାସର ସହିତ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଏହି ଅବସରରେ ମ୍ୟାକେନରୋର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ନରେନ୍ଦ୍ର କୁମାର ଦାଗା କହିଛନ୍ତି ଯେ, “ମ୍ୟାକେନରୋ ଏଥିପାଇଁ ନିଜସ୍ୱ ପରିଚୟ ପାଇପାରିଲା କାରଣ ମୁଁ ସୁଗନ୍ଧକୁ ଖୁବ ଭଲ ପାଏ ଏବଂ ଏହାକୁ ଏଡାଇପାରେ ନାହିଁ । ମୁଁ ସମସ୍ତଙ୍କୁ ସେମାନଙ୍କର ଉତ୍ସାହ ଥିବା କାର୍ଯ୍ୟ କରିବା ପାଇଁ ଅନୁପ୍ରେରିତ କରୁଛି । ଏହା ହେଉଛି ମ୍ୟାକେନରୋର ସିକ୍ରେଟ ଏବଂ ସଫଳତାର ମନ୍ତ୍ର ।”
ଏହି କାର୍ଯ୍ୟକ୍ରମରେ ଆଉଏକ ସୁଗନ୍ଧଯୁକ୍ତ ସିକ୍ରେଟ ଟେମ୍ପଟେସନସର ଡିଓଡ୍ରାଣ୍ଟ ପୋର୍ଟଫୋଲିଓ ଅଫ ରୋମାନ୍ସ, ମିଷ୍ଟ୍ରି, ଆଫାୟାର, ପ୍ଲେ ଓ ପ୍ୟାସନର ସ୍ୱତନ୍ତ୍ର ଶୁଭାରମ୍ଭ କରିଛନ୍ତି । ଆପ୍ଟଲି କ୍ରିଷ୍ଟେନ୍ଡ ହେଉଛି ଏକ ନୂତନ ଭାରିଆଣ୍ଟ ଯେଉଁଥିରେ ଗୋଲାପ ସୁଗନ୍ଧ ରହିଛି ଯାହା ସମ୍ପୂର୍ଣ୍ଣ ଭାବେ ଜଣଙ୍କୁ ବିମୋହିତ କରିଥାଏ । ଏଥିରେ ମନୋମୋହକ ଟର୍କିସ ରୋଜେସ, ଫ୍ଲୋରାଲ ଜର୍ମାନିୟମ ଓ ଲିଙ୍ଗଲିଂ ମସ୍କ –ଡିଜାୟର ଯାହା ଆପଣଙ୍କୁ ବଟଲରେ ପ୍ୟାକ ହୋଇଥିବା ଏକ ସତେଜତା ପ୍ରଦାନ କରିଥାଏ । ଉକ୍ତ ୧୫୦ମିଲି ବିଶିଷ୍ଟ ଡ଼ିଓଡ୍ରାଣ୍ଟ କ୍ୟାନ ଭୁବନେଶ୍ୱର ବଜାରରେ ୨୧ଜୁଲାଇ ୨୦୧୮ ଠାରୁ ଉପଲବ୍ଧ ହେବାକୁ ଯାଉଛି ।
ଏହି ବ୍ରାଣ୍ଡଟି ଏହାର ସମ୍ପୁର୍ଣ୍ଣ ଭାରତରେ ସ୍ୱତନ୍ତ୍ର ବିଟିଏଲ କାର୍ଯ୍ୟ ଜରିଆରେ ମହିଳାମାନଙ୍କୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରୁଛି । ଭାରତୀୟ କର୍ପୋରେଟମାନଙ୍କ ଦ୍ୱାରା ଅନେକ ରାଲି ଏବଂ ଅନେକ ସହରରେ ଟୁରର ଆୟୋଜନ କରାଯାଉଛି । ଏହାସହିତ ସିକ୍ରେଟ ଟେମ୍ପଟେସନ ବ୍ୟାପକ ଡିଜିଟାଲ ଅଭିଯାନ ଆୟୋଜନକରି ବାସ୍ତବ ଜୀବନରେ ସ୍ୱପ୍ନକୁ ସାକାର କରିଥିବା ମହିଳାଙ୍କୁ ଚିହ୍ନଟ କରୁଛି । ମ୍ୟାକନୋରର ମୁଖ୍ୟ ବ୍ୟବସାୟିକ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି ଯେ, “ସିକ୍ରେଟ ଟେମ୍ପଟେସନ ମ୍ୟାକେନରୋର ସ୍ୱର ହୋଇପାରିଛି ଯାହା ବ୍ରାଣ୍ଡର ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛି । ବର୍ତ୍ତମାନ ଏହି ବ୍ରାଣ୍ଡର ଓଡିଶାରେ ୩.୫ ପ୍ରତିଶତ ବଜାର ସେୟାର ରହିଛି ଏବଂ ଭୁବନେଶ୍ୱର ବଜାରରେ ଏହା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି । ମ୍ୟାକେନରୋ ଦେଶରେ ଦ୍ୱିତୀୟ ନମ୍ବର ଡିଓଡୋରାଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ଥିବା ବେଳେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।”


Share It

Comments are closed.