ବିଗ୍ ବଜାର ପକ୍ଷରୁ ଭୁବନେଶ୍ୱରରେ ଏହାର ଚତୁର୍ଥ ଷ୍ଟୋରର ଶୁଭାରମ୍ଭ


ଫ୍ୟୁଚର ଗ୍ରୁପର ଭାରତରେ ଅଗ୍ରଣୀ ହାଇପର ମାର୍କେଟ ବିଗ୍ ବଜାର ପକ୍ଷରୁ ଭୁବନେଶ୍ୱରରେ ଏହାର ଚତୁର୍ଥ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଏହି ନୂତନ ବିଗବଜାରଟି ୨୮,୨୨୭ ବର୍ଗ ଫୁଟ ପରିମିତ ସ୍ଥାନରେ ଭୁବନେଶ୍ୱରର ରସୁଲଗଡ ଠାରେ ସ୍ଥିତ ଏସପ୍ଲାନେଡ ମଲରେ ଶୁଭାରମ୍ଭ କରାଯାଇଛି । ଏହା ବ୍ୟତୀତ,ଭୁବନେଶ୍ୱରରେ ବିଗ୍ ବଜାରର ଅନ୍ୟ ତିନୋଟି ଷ୍ଟୋର ତଥା ପଟିଆରେ ମାରୁତି ମଲ, ଖାରବେଳ ନଗର ଏବଂ ନୟାପଲ୍ଲୀରେ କ୍ରିଷ୍ଣା ପ୍ଲାଜାରେ ରହିଛି ।
ଗ୍ରାଉଣ୍ଡ ଫ୍ଲୋରରେ ରହିଥିବା ଏହି ଷ୍ଟୋରରେ ଗ୍ରୋସରି ଉପକରଣ, ଫଳ, ପରିବା, ଘରୋଇ ସାମଗ୍ରୀ, ବ୍ୟକ୍ତିଗତ ବ୍ୟବହୃତ ଉତ୍ପାଦ, ଅତ୍ୟାଧୁନିକ ଫ୍ୟାସନ ବସ୍ତ୍ର, ଫୁଟଓୟାର, ଲଗେଜ, ଖେଳନା ଇତ୍ୟାଦି ଗୋଟିଏ ଛାତ ତଳେ ଉପଲବ୍ଧ ହେଉଛି । ଏହି ଷ୍ଟୋରଟିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ଯଥା ମହିଳାଙ୍କ, ପୁୁରୁଷ ଏବଂ ପିଲାମାନଙ୍କ ପାଇଁ ବିସ୍ତୃତ ରେଞ୍ଜର ଆଧୁନିକ ଏବଂ ଏଥନିକ ପରିଧାନ ଯେଉଁଥିରେ ଜେଲସ ୨୧, ଡିଜେ ଆଣ୍ଡ ସି, ଆତିସୀ, ବୁଫାଲୋ, ଚାମ୍ପିୟନ, ଲି କୁପର ଇତ୍ୟାଦି ପରି ବିଭିନ୍ନ ବ୍ରାଣ୍ଡର ଫ୍ୟାସନ ରହିଛି । ଏହାର ଆଗାମୀ ବିଭାଗଟିରେ ଘରୋଇ ଫର୍ନିସିଙ୍ଗ, ଡେକୋର ଏବଂ ଅଗ୍ରଣୀ ଜାତୀୟ ଏବଂ ଗ୍ଲୋବାଲ ବ୍ରାଣ୍ଡ ପକ୍ଷରୁ ବ୍ୟକ୍ତିଗତ କେୟାର ଉତ୍ପାଦ ରହିଛି । ଏହାର ବୃହତ ଅଂଶରେ ଖାଦ୍ୟ, ଖାଦ୍ୟ ଶସ୍ୟ, ଗ୍ରୋସରି, ପରିବା, ଫଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିତ୍ୟ ବ୍ୟବହୃତ ଉତ୍ପାଦ ଉପଲବ୍ଧ ।
ଏହି ପରିପ୍ରେକ୍ଷୀରେ ବିଗ ବଜାର ସିଇଓ-ପୂର୍ବ, ମନିଶ ଅଗ୍ରୱାଲ କହିଛନ୍ତି ଯେ, “ଆମ୍ଭେମାନେ ୨୦୦୪ରୁ ଆମ୍ଭମାନଙ୍କର ପ୍ରଥମ ଷ୍ଟୋରର ଶୁଭାରମ୍ଭ ସହିତ ଭୁବନେଶ୍ୱରବାସୀଙ୍କୁ ସେବା ପ୍ରଦାନ କରିଆସୁଛୁ । ସେହି ଠାରୁ, ପ୍ରତିବର୍ଷ ଆମ୍ଭେମାନେ ବୃଦ୍ଧି କରିପାରୁଛୁ କାରଣ ଏହା କେବଳ ସହରବାସୀଙ୍କଠାରୁ ପାଇଥିବା ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି । ଆମ୍ଭମାନଙ୍କର ନୂତନ ଷ୍ଟୋର ସହିତ ଆମ୍ଭେମାନେ ସହରରେ ନିଜକୁ ସୁସ୍ଥାପନ କରିଛୁ ଯାହା ଦ୍ୱାରା ଗ୍ରାହକମାନେ ସେମାନଙ୍କ ନିକଟସ୍ଥ ବିଗ ବଜାର ଷ୍ଟୋରକୁ ସହଜରେ ଯାଇପାରିବେ ।”
ଭୁବନେଶ୍ୱରର ଲୋକମାନେ ବିଗ ବଜାରର ପ୍ରଫିଟ କ୍ଲବ ପରିବାରର ଅଂଶ ହୋଇପାରିବେ । ପ୍ରଫିଟ କ୍ଲବ ବାସ୍ତବରେ ଏକ ପ୍ରକାରର ଭିନ୍ନ ଧରଣର ମେମ୍ବରସିପ ଯେଉଁଠାରେ ଜଣେ ଟ.୧୦,୦୦୦ ପଇଠ କରିବେ ଏବଂ ପ୍ରତିମାସରେ ଆଗାମୀ ୧୨ମାସ ପର୍ଯ୍ୟନ୍ତ ୧୨,୦୦୦ଟଙ୍କାର ସପିଙ୍ଗ କରିପାରିବେ । ଏହି କାର୍ଡଟି ଦେଶର ୨୮୦ରୁ ଅଧିକ ବିଗ ବଜାରର, ଫୁଡ ବଜାର ଏବଂ ଏଫବିବି (ଫ୍ୟାସନ) ଷ୍ଟୋରରେ ବ୍ୟବହୃତ ହୋଇପାରିବ ।
ଗ୍ରାହକମାନେ ଫ୍ୟୁଚର ପେ ବ୍ୟବହାର କରି ୧୦୦୦ରୁ ଅଧିକ ଗ୍ରୁପ ଷ୍ଟୋର ତଥା ବିଗ ବଜାର, ଏଫବିବି, ଇଜୋନ, ହାଇପର ସିଟି, ସେଣ୍ଟ୍ରାଲ, ଇଜିଡେ କ୍ଲବ, ହେରିଟେଜ, ନିଲଗିରିସ ଏବଂ ବ୍ରାଣ୍ଡ ଫ୍ୟାକ୍ଟରି ଷ୍ଟୋରରେ ସପିଙ୍ଗ କରିପାରିବେ । ସମ୍ପ୍ରତି ୫ମିଲିୟନରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀଙ୍କ ସହିତ ଫ୍ୟୁଚର ପେ କେବଳ କ୍ୟାସଲେସ ଟ୍ରାନଜାକସନ ସୁବିଧା ପ୍ରଦାନ କରିବା ସହିତ ଲୟାଲିଟି କାର୍ଡ (ପେ-ବ୍ୟାକ ଏବଂ ପ୍ରଫିଟ କ୍ଲବ କାର୍ଡ) କାର୍ଡ-ଲେସ ଟ୍ରାନଜାକ୍ସନକୁ ଯୋଡ଼ି ସୁବିଧା ପ୍ରଦାନ କରୁଛି ।


Share It

Comments are closed.