ଘର ଆଗରେ ଲେମ୍ବୁ ଲଙ୍କା କାହିଁକି ଟଙ୍ଗାଯାଏ, ଜାଣନ୍ତି କି


ଭାରତରେ ଘରେ ପ୍ରବେଶ କରିବା ଦ୍ୱାରା ସାମନାରେ ଲେମ୍ବୁ ଲଙ୍କା ଗୁନ୍ଥା ହୋଇ ଟଙ୍ଗା ହୋଇଥିବାର ଦେଖିବାକୁ ପାଇବେ । କେବେ ଘର ବାହାରେ ତ କେବେ ଦୋକାନ ଆଗରେ, ପୁଣି କେବେ ଗାଡିରେ । ବିଶ୍ୱାସ ରହିଛି ଏହା କୁଦୃଷ୍ଟିରୁ ରକ୍ଷା କରିଥାଏ । କିନ୍ତୁ ପ୍ରକୃତରେ ଏହା ପଛରେ ଅନ୍ଧବିଶ୍ୱାସ ନୁହେଁ, ରହିଛି ଅନେକ ବୈଜ୍ଞାନିକ କାରଣ । ବାସ୍ତବ କଥା ହେଉଛି ଏହାକୁ ଯାତ୍ରୀମାନଙ୍କ ପାଇଁ ଫାଷ୍ଟ ଏଡ୍ ବା ପ୍ରଥମ ଉପଚାର ଭାବେ ବ୍ୟବହାର କରାଯାଇଥାଏ । ଆଗ କାଳରେ ଲୋକମାନେ ବଳଦଗାଡି ବା ଚାଲିଚାଲି ଯାତ୍ରା କରୁଥିଲେ, ତେଣୁ ଏହାର ଗୁରୁତ୍ୱ ରହିଥିଲା ।

ଲେମ୍ବୁ, ଲଙ୍କା ଏ ମୁନିଆ ଛୁଞ୍ଚିରେ ଗୁନ୍ଥା ଯାଇ ସୂତାରେ ଟଙ୍ଗା ଯାଇଥାଏ, ଯେପରିକି ଯାତ୍ରୀ ତୁରନ୍ତ ଏହାକୁ ଦେଖି ପାରିବେ । ସେହି ପରି ବିଭିନ୍ନ ଘର ସମ୍ମୁଖରେ ମଧ୍ୟ ଏହି କାରଣ ପାଇଁ ଟଙ୍ଗା ଯାଇଥାଏ । କାରଣ ଯାତ୍ରା କାଲାବେଳେ ପଦ ଯାତ୍ରୀକୁ ଶୋଷ ଲାଗେ, ବିନା କାରଣରେ ଯାତ୍ରୀର ଚେତା ହରାଇବାର ସମ୍ଭାବନା ଥାଏ । କିନ୍ତୁ ଲେମ୍ବୁର କିଛି ବିନ୍ଧୁ ରସ ପାଟିକୁ ଗଲେ, ଏହା ପାଟିରେ ଲାଳ ସୃଷ୍ଟି କରିଥାଏ ଓ ଏହା ତୃଷାର୍ତ୍ତଙ୍କ ପାଇଁ ଆଣ୍ଟିଡୋଟ ଭଳି କାମ କରିଥାଏ ଏବଂ କିଛି ମାଇଲ ବାଟ ସେ ସତେଜ ହୋଇ ଯାତ୍ରା କରିପାରେ । ବାଟରେ ଯିବା ସମୟରେ ଛୋଟ ବଡ ସାପଙ୍କ ହାବୁଡରେ ପଡିବା ସାଧାରଣ କଥା, ସାପ ବିଷାକ୍ତ କି ନାହିଁ ଜାଣିବା ପାଇଁ ଲଙ୍କାର ବ୍ୟବହାର କରାଯାଇଥାଏ । ସାପ ଦଂଶି ଥିବା ଲୋକକୁ ଲଙ୍କା ଖୁଆଇବେ, ଜିଭକୁ ଯଦି ଲଙ୍କାର ସ୍ୱାଦ ଜଣାଯିବ, ତେବେ ସାପ ବିଷାକ୍ତ ନୁହେଁ, ଆଉ ଯଦି ଲଙ୍କାର ସ୍ୱାଦ ଜଣା ପଡେ ନାହିଁ, ତେବେ ସାପ ବିଷାକ୍ତ ବୋଲି ଧରାଯାଏ । ସେହିପରି ଛୁଞ୍ଚି ମଧ୍ୟ ପାଦରେ କଣ୍ଟା ଆଦି ଫୁଟିଗଲେ , ଏହାକୁ ବ୍ୟବହାର କରିବା କାମରେ ଆସିଥାଏ ।


Share It

Comments are closed.