ଆଇଏଏସ ଓ ଆଇପିଏସ ମଧ୍ୟରେ କାହାର କ୍ଷମତା ଅଧିକ: ଜାଣନ୍ତୁ


ଇଣ୍ଡିଆନ ଏଡମିନିଷ୍ଟ୍ରେଟିଭ୍ ସର୍ଭିସ ଓ ଇଣ୍ଡିଆନ ପୋଲିସ ସର୍ଭିସ ଭାରତର ସବୁଠାରୁ ପ୍ରତିଯୋଗୀପୂର୍ଣ୍ଣ ଓ ସର୍ବୋଚ୍ଚପଦ ଅଟେ । ଏହି ପଦ କେବଳ ଅଧିକାର ଦିଏ ନାହିଁ ବର୍ଂ ସମାଜ ପ୍ରତି ଦାୟିତ୍ୱବାନ କରିଥାଏ । ଆସନ୍ତୁ ଜାଣିବା ଏହି ଦୁଇଟି ପଦ ମଧ୍ୟରେ ଥିବା ଅନ୍ତର ଓ କେଉଁ ପଦ ଅଧିକ ଶକ୍ତିଶାଳୀ ଓ କ୍ଷମତା ସମ୍ପନ୍ନ।
ଆଇଏଏସ ଏକ ଟପ୍ ରେଙ୍କର ପ୍ରଶାସନିକ ସେବା ଚାକିରୀ ଯାହାକି ଟପ ରେଙ୍କର ଆଶାୟି ପ୍ରାର୍ଥୀମାନଙ୍କୁ ମିଳିଥାଏ ଓ ଏଥିରେ ଜିଲ୍ଲା ବିଭାଗ କ୍ଷେତ୍ରର ପ୍ରଶାଶନିକ ଦାୟିତ୍ୱ ମିଳିଥାଏ। ଏମାନଙ୍କୁ ନିଜ ସମ୍ବନ୍ଧୀୟ କ୍ଷେତ୍ରର ବିକାଶ, ସମସ୍ତ ଉନ୍ନୟନମୂଳକ ନୀତି ଲାଗୁ କରିବା ସହିତ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ କାର୍ଯ୍ୟକାରୀ ଶକ୍ତି ଦିଆଯାଇଥାଏ। ଆଇପିଏସ ପ୍ରାର୍ଥୀମାନଙ୍କୁ ସମାଜରେ ବ୍ୟବସ୍ଥା ବଜାୟ ରଖିବାକୁ ପଡ଼େ।

ଆଇଏଏସ ଓ ଆଇପିଏସ ମଧ୍ୟରେ ପାର୍ଥକ୍ୟ
ଆଇଏଏସ ଅଫିସିୟର ପବ୍ଲିକ ଆଡ୍ମିନିଷ୍ଟ୍ରେସନ, ପଲିସି ଫର୍ମୁଲେସନ, ଓ କାର୍ଯ୍ୟକାରିତାରେ ସାହାଯ୍ୟ କରନ୍ତି। ଆଇପିଏସ ଅଧିକାରୀଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ଆଇନ ବ୍ୟବସ୍ଥା ଶୃଙ୍ଖଳିତ ରଖିବା ଓ ଆଇପିଏସର ଏସପିଠାରୁ ଆରମ୍ଭ କରି ଆଇଜି, ଡେପୁଟି ଆଇଜି, ଡିଜିପି ପର୍ଯ୍ୟନ୍ତ ହୋଇଥାଆନ୍ତି। ଆଇପିଏସ ସମସ୍ତଙ୍କ ପ୍ରତି ନିର୍ଭୟ ହୋଇ ସମାନ ଭାବେ କାମକରିଥାଏ। ଆଇପିଏସ ଭଲଭାବେ ଆଇନ ବ୍ୟବସ୍ଥାକୁ ଲାଗୁ କରିଥାନ୍ତି।

ଆଇଏଏସ ହେବା ୟୁପିଏସି ପରିକ୍ଷାର୍ଥୀମାନଙ୍କର ସବୁଠାରୁ ବଡ଼ ସ୍ୱପ୍ନ ହୋଇଥାଏ। ୟୁପିଏସି ପରୀକ୍ଷାରେ କେବଳ ଶିର୍ଷ ସ୍ଥାନ ଅଧୀକାର କରିଥିବା ପରୀକ୍ଷାର୍ଥିମାନଙ୍କୁ ଆଇଏଏସ ରୁପରେ ନିଯୁକ୍ତ କରାଯାଇଥାଏ। ଯେଉଁଠି ଆଇପିଏସ ପ୍ରାର୍ଥୀମାନଙ୍କୁ ଦିଆଯାଇଥିବା ପରବର୍ତ୍ତି ସର୍ବୋତ୍ତମ ବିକଳ୍ପ।

ଆଇଏଏସ ଅଧିକାରୀଙ୍କ ବେତନ ଆଇପିଏସ ଅଧିକାରୀଙ୍କ ତୁଳନାରେ ଅଧିକ। ଗୋଟିଏ ଅଞ୍ଚଳରେ କେବଳ ଜଣେ ହିଁ ଆଇଏଏସ ଅଧିକାରୀ ନିୟୋଜିତ ହୋଇଥାନ୍ତି। କିନ୍ତୁ ଗୋଟିଏ ଅଞ୍ଚଳରେ ଆଇପିଏସ ଅଧିକାରୀଙ୍କ ସଂଖ୍ୟା ଆବଶ୍ୟକ ଅନୁସାରେ ହୋଇଥାଏ।


Share It

Comments are closed.