ନିଜର ସହଯୋଗୀଙ୍କ ଠାରୁ ହିଁ ପରାଜୟର ସ୍ୱାଦ ଚାଖିଲେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ


ସଦ୍ୟ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଝାଡଖଣ୍ଡବାସୀ ବିଜେପିିକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଅନ୍ୟପଟେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ନିଜ ଆସନରୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ଜାମସେଦପୁର ଇଷ୍ଟ ନିର୍ବାଚନମଣ୍ଡଳୀରେ ୧୯୯୫ରୁ କ୍ରମାଗତ ଭାବେ ଜିତି ଆସୁଥିବା ରଘୁବର ନିଜ ଆସନରେ ପ୍ରଥମ ଥର ହାରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ରଘୁବରଙ୍କୁ ଆଉ କେହି ହରାଇ ନାହାନ୍ତି ବରଂ ନିଜରି କ୍ୟାବିନେଟର ଜଣେ ଘନିଷ୍ଠ ସହଯୋଗୀ ହିଁ ତାଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ।
ପ୍ରକାଶ ଥାଉକି, ରଘୁବରଙ୍କ ମନ୍ତ୍ରୀ ମଣ୍ଡଳରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ସରଯୂଙ୍କୁ ବିଜେପି ଟିକେଟ ନ ମିଳିବାରୁ ସେ ରଘୁବରଙ୍କ ବିରୋଧରେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ତାଙ୍କ ସପକ୍ଷରେ ୪୮ ପ୍ରତିଶତ ଭୋଟ ମିଳିଥିବା ବେଳେ ସେ ପ୍ରାୟ ୧୫,୭୨୫ ଭୋଟ ବ୍ୟବଧାନରେ ରଘୁବରଙ୍କୁ ପରାସ୍ତ କରିଛନ୍ତି ।
ଜେଏମଏମ, ସରଯୂଙ୍କୁ ପରୋକ୍ଷ ଭାବେ ସମର୍ଥନ କରି ତାଙ୍କ ବିରୋଧରେ ପ୍ରାର୍ଥୀ ଠିଆ କରାଇନଥିଲା । ପୂର୍ବରୁ ସେ ଜାମସେଦପୁର-ପଶ୍ଚିମ ଆସନରୁ ବିଧାୟକ ଥିବାବେଳେ ଏଥର ସେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରାଇ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛନ୍ତି ।


Share It

Comments are closed.