ଆନ୍ତର୍ଜାତିକ କ୍ରିକେଟରେ ୧୫ ବର୍ଷ ପୂରଣ କଲେ ଧୋନି


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସୋମବାର ଦିନ ଆନ୍ତର୍ଜାତିକ କ୍ରିକେଟରେ ନିଜ ୧୫ ବର୍ଷ ପୂରଣ କରିଛନ୍ତି । କାଲିକୁ ଠିକ ୧୫ ବର୍ଷ ତଳେ ୨୦୦୪, ଡିସେମ୍ବର୨୩ରେ ଧୋନୀ  ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିଥିଲେ । ବାଙ୍ଗଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ସେ ରନ ଆଉଟ ହୋଇଯାଇଥିବାବେଳେ ନିଜର ପଦାର୍ପଣ ମ୍ୟାଚରେ ସେ ଖାତା ଖୋଲିବା ବଦଳରେ ପାଭିଲିୟନ ଫେରି ଆସିଥିଲେ ।
ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ସେତେଟା ଖାସ ପ୍ରଦର୍ଶନ ଦେଖାଇ ପାରିନଥିବାବେଳେ କିନ୍ତୁ ତୃତୀୟ ମ୍ୟାଚରେ ସେ ୧୪୮ ରନର ବିସ୍ପୋରକ ପାଳି ଖେଳି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ । ଆନ୍ତର୍ଜାତିକ କ୍ରିକେଟରେ ଦୀର୍ଘ ୧୫ ବର୍ଷ ଏହି ଯାତ୍ରାରେ ସେ କେବଳ ଦେଶ ନୁହେଁ ବରଂ ବିଶ୍ୱର ସବୁଠାରୁ ସଫଳ ଅଧିନାୟକ ଋପେ ବିବେଚିତ ହୋଇଥିଲେ ।
କେବଳ ଏତିକି ନୁହେଁ ତାଙ୍କ ଅଧିନାକତ୍ୱରେ ଭାରତ ଟି-୨୦ ବିଶ୍ୱକପ ପ୍ରଥମ ଟାଇଟେଲ ହାସଲ କରିଥିବାବେଳେ ଅନ୍ୟପଟେ ଦୀର୍ଘ ୨୮ ବର୍ଷରେ ସେ  ଭାରତକୁ ବିଶ୍ୱକପ ଆଣିଥିଲେ । ଏହା ଛଡା ଧୋନି ଅନେକ ମହତ୍ତ୍ୱପୂର୍ଣ୍ଣ ସିରିଜ ଠାରୁ ଆରମ୍ଭ କରି ଚମ୍ପିଆନ୍ସ ଟ୍ରଫିରେ ମଧ୍ୟ ଭାରତ ବିଜୟୀ କରିଥିଲେ । ଦଳ ପ୍ରତି ତାଙ୍କର ଅନେକ ଅବଦାନ ଥିବାବେଳେ ସେ ଭାରତ ହେଉଛନ୍ତି ଏଭଳି ଜଣେ ସଫଳ ଅଧିନାୟକ ଯିଏକି ନିଜ ଅଧିନାୟକତ୍ୱ ସୟରରେ ବିଶକପ, ଟି-୨୦ ବିଶ୍ୱକପ ଏବଂ ଚାମ୍ପିଆନ୍ସ ଟ୍ରଫି ଟାଇଟେଲ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
କେବଳ ଏତିକି ନୁହେଁ କ୍ରିକେଟ କିମ୍ବଦନ୍ତୀ ସଚିନ ତାଙ୍କର ଜଣେ ପ୍ରଶଂସକ ଥିବାବେଳ ସେ କହିଛନ୍ତି ଯେ, “ଯେତେ ଅଧିନାୟକଙ୍କ ନେତୃତ୍ୱରେ ଖେଳିଛି ସେମାନଙ୍କ ମଧ୍ୟରେ ଧୋନି ଶ୍ରେଷ୍ଠ । ”
ଧୋନି ଆନ୍ତର୍ଜାତିକ କ୍ରିକେଟରେ ୧୭,୨୬୬ ରନ ସଂଗ୍ରହ କରିଥିବାବେଳେ ସେ ୱିକେଟ ପଛରେ ୮୨୯ ୱିକେଟ ମଧ୍ୟ ସଂଗ୍ରହ କରିସାରିଛନ୍ତି ।


Share It

Comments are closed.