ଟେଷ୍ଟ ଏବଂ ଟି-୨୦ ଅଧିନାୟକତ୍ୱରୁ ବହିଷ୍କୃତ ହେଲେ ସରଫରାଜ
ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ସରଫରାଜଙ୍କ ଠାରୁ ଟି-୨୦ ଏବଂ ଟେଷ୍ଟ ମ୍ୟାଚରୁ ଅଧିନାୟକତ୍ୱ ଛଡାଇ ନିଆଯାଇଛି । ଏହା ସହ ସରଫରାଜଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ ଦିଆଯାଇଛି । ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏହା ସହ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିଆନସିପର ଅଭିଯାନ ମଧ୍ୟ ଆରମ୍ଭ କରିବ । ସରଫରାଜଙ୍କ ପରେ ବର୍ତ୍ତମାନ ଅଜାର ଅଲ୍ଲୀ ଟେଷ୍ଟରେ ପାକିସ୍ତାନର ନୂଆ ଅଧିନାୟକ ରୂପେ ନିଯୁକ୍ତି ପାଇଥିବାବେଳେ ଅନ୍ୟପଟେ ଟି-୨୦ରେ ବାବର ଆଜାମଙ୍କୁ ଅଧିନାୟକ ରୂପେ ଦାୟିତ୍ୱ ଦିଆଯାଇଛି ।
ଆଇସିସି ଟି-୨୦ ବିଶ୍ୱକପ ପାଇଁ ବର୍ତ୍ତମାନ ୧ ବର୍ଷରୁ ଆହୁରୀ କମ ସମୟ ବାକି ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପିସିବି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଆଯାଇଛି । ସରଫରାଜଙ୍କ ଅଧିନାୟକତ୍ୱରେ ଦଳ ନିକଟ କିଛି ଦିନ ତଳେ ଶ୍ରୀଲଙ୍କା ସହ ଖେଳାଯାଇଥିବା ସିରିଜରେ ୩-୦ରେ ପରାଜୟ ବରଣ କରିଥିବାବେଳେ ବିଶ୍ୱକପରେ ମଧ୍ୟ ଦଳ ଲିଗ ମ୍ୟାଚରୁ ନିଜ ବିଶ୍ୱକପ ଅଭିଯାନ ଶେଷ କରିଥିଲା । ଏହା ପର ଠାରୁ ସରଫରାଜଙ୍କ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥିଲା ।ଏହା ଛଡା ପାକିସ୍ତାନର ନୂତନ କୋଚ ରୂପେ ନିଯୁକ୍ତି ପାଇଥିବା ମିସବା ୟୁଲ ହକ ସରଫରାଜଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନଥିବାବେଳେ ସେ ପିସିବ ଅଧ୍ୟକ୍ଷ ୱାସିମ ଖାନଙ୍କ ସହ ଏହି ଦିଗ ପ୍ରତି ଆଲୋକପାତ ମଧ୍ୟ କରିଥିଲେ ।
Comments are closed.