ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିିଆରେ ପ୍ରସାରିତ ହେଉଥିବା ଖବର ମିଥ୍ୟା


ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ଫୁସଫୁସ ଜନୀତ ସମସ୍ୟାରେ ପୀଡିତ ଥିବାର ଖବର ସୋସିଆଲ ମିଡିଆରେ ଛାଇ ଯାଇଥିବାବେଳେ, ଏହା ଏକ ମିଥ୍ୟା ଖବର ବୋଲି ଜଣା ପଡିଛି । ଅମିତାଭ ମଙ୍ଗଳବାର ଦିନ ମଧ୍ୟ ରାତ୍ରି ୨ଟାବେଳେ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଖବର ବିଭିନ୍ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବାବେଳେ ଏହା ଏକ ମିଥ୍ୟା ଖବର ବୋଲି ସ୍ପଷ୍ଟ ହୋଇ ସାରିଛି । କେବଳ ଏତିକି ନୁହେଁ ସେ ଆଇସିୟୁରେ ଭର୍ତ୍ତି ହୋଇଥିବାର ଖବର ମଧ୍ୟ ପ୍ରକାଶିତ ହୋଇଥିଲା । କେତେକ ଏହା ମଧ୍ୟ ଲେଖିଥିଲେ ଯେ, ଅମିତାଭ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ପାଇଁ ଫିଲ୍ମ ଜଗତର ଅନେକ ହସ୍ତି ହସ୍ପିଟାଲ ମଧ୍ୟ ଯାଇଥିଲେ ।

ତେବେ ନାନାବତୀ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅମିତାଭ ନିଜ ଦୈନନ୍ଦିନ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ପାଇଁ ହସ୍ପିଟାଲ ଯାଇଥିଲେ । ପ୍ରକାଶ ଥାଉକ. ଅନେକ ଦିନ ପୂର୍ବରୁ ଅମିତାଭଙ୍କର ଫୁସଫୁସ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଉପୁଜିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଚିକିତ୍ସା ଫଳରେ ସେ ସୁସ୍ଥ ହୋଇଯାଇଥିଲେ । ଏହି ଅବସରରେ ଅମିତାଭ ନିଜ ଟ୍ୱିଟରେ ନିଜ ଧର୍ମପତ୍ନୀ ଜୟ ବଚ୍ଚହଙ୍କ ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି ଯେ,. “ଦ ବେଟର ହାଫ, ଏପରିକି ଏହା ସତ୍ୟ ଅଟେ କାରଣ ଅନ୍ୟ ହାଫ ଅପ୍ରାସଙ୍ଗିକ ଅଟେ ଏବଂ ଏଥିପାଇଁ ସେ ନଜର ମଧ୍ୟ ଆସୁ ନାହିଁ ।”


Share It

Comments are closed.