ସିଂହ ଖୁଆଡକୁ ଡେଇଁଲେ ଯୁବକ, ଭିଡିଓ ଭାଇରାଲ


ପୁଣି ଥରେ ସିଂହ ଖୁଆଡ ଭିତରକୁ ଏକ ଯୁବକ ଡେଉଁ ପଡିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି, ରାଜଧାନୀ ଦିଲ୍ଲୀସ୍ଥିତ ହୋଇଥିବାବେଳେ ଘଟଣାକୁ ନେଇ ଚିଡିଆଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯୁବକଜଣକ ଖୁଆଡ ଭିତରକୁ ଡେଇଁ ପଡିବା ପରେ ଚିଡିଆଖାନାରେ ହଡକମ୍ପ ସୃଷ୍ଟି ହୋଇଥିଲା । ଯୁବକ ଜଣକ ଖୁଆଡ ଭିତରକୁ ଡେଇଁବା ପରେ ସିଂହ ସାମନାରେ କିଛି ସମୟ ବସିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସିଂହ ସାମନାରେ ଉକ୍ତ ଯୁବକ ଜଣକ ବସିବା ପରେ ସିଂହଟି ତାଙ୍କୁ ବିଶେଷ କିଛି କ୍ଷତି ପହଞ୍ଚାଇନଥିଲା ।

ଏହା ପରେ ଚିଡିଆଖାନା କର୍ମଚାରୀ ମାନେ ବେଶ ସମୟ ସଂଘର୍ଷ କରି ଯୁବକଜଣକ ସିଂହ କବଳରୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ବିହାରର ହୋଇଥିବାବେଳେ ତାଙ୍କ ନାମ ହେଉଛି ରେହାନ, ଯିଏକି ୨୮ ବର୍ଷିୟ ଅଟନ୍ତି । ଉକ୍ତ ଯୁବକ ଜଣକ ଜଣେ ମାନସିକ ବିକାରଗସ୍ତ ହୋଇଥିବାବେଳେ ଘଟଣାର ତଦନ୍ତ ବର୍ତ୍ତମାନ ଆରମ୍ଭ ହୋଇଛି ବୋଲି ଦକ୍ଷିଣ-ପୂର୍ବ ଦିଲ୍ଲୀ ଡିସିପି ସୂଚନା ଦେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଯୁବକ ଜଣକ ସିଂହ ନିକଟରେ ବସି ତା’ ସହ କଥାବାର୍ତ୍ତା କରୁଥବାର ଦେଖିବାକୁ ମିଳିଥିଲା । ସିଂହଟି ଯୁବକ ନିକଟକୁ ଆସି ତା’କୁ ଶୁଙ୍ଘିଥିଲେ ମାତ୍ର କୋଣସି କ୍ଷତି ପହଞ୍ଚାଇନଥିଲା । ଏହା ପରେ ଚିଡିଆଖାନର ୧୦ ଜଣ କର୍ମଚାରୀ ତାଙ୍କୁ ବହୁ କଷ୍ଠରେ ଖୁଆଡ ଭିତରୁ ବାହାର କରିଥିଲେ । ପ୍ରକାଶ ଥାଉକି, ୨୦୧୪ ମସିହାରେ ଏଭଳି ଏକ ଘଟଣାରେ ଜଣେ ଯୁବକ ଧଳାବାଘ ଆକ୍ରମଣରେ ମୃତ୍ୟୁବରଣ କରିଥିଲା । ବାଘର ଫଟୋ ଉଠାଉଥିବା ସମୟରେ ଉକ୍ତ ଲୋକଟି ଖୁଆଡ ଭିତରକୁ ଗଳି ପଡିଥିଲା, ଯାହା ଫଳରେ ସେଠାରେ ବାଘ ଆକ୍ରମଣ ଦ୍ୱାରା ଉକ୍ତ ଯୁବକ ଜଣକର ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା ।


Share It

Comments are closed.