ଡ୍ରଗ୍ସ ମାମଲାରେ ରୀୟାଙ୍କ ଦ୍ୱାରା ଖୁଲାସା କରାଯାଇଥିବା ୨୫ ବଲିଉଡ ଷ୍ଟାରଙ୍କ ଲିଷ୍ଟରେ ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରିତ ସିଂ


ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବିର)ର ଯାଂଚ ଜାରି ରହିଛି । ଏହି ମାମଲାରେ ରୀୟା ଚକ୍ରବର୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ଜେଲରେ ରଖାଯାଇଛି । ତାଜା ରିପୋର୍ଟ ଅନୁଯାୟୀ ରୀୟା ଚକ୍ରବର୍ତୀ ବି-ଟାଉନର ୨୫ ଜଣ ସେଲିବ୍ରିଟିଙ୍କ ନାମ ନେଇଥିଲେ ଯେଉଁମାନେ କି ଡ୍ରଗ୍ସ ନେଉଥିଲେ କିମ୍ବା ଡ୍ରଗ୍ସ ପାର୍ଟିରେ ଯୋଗ ଦେଉଥିଲେ । ମିଡିଆ ରିପୋର୍ଟସ ଅନୁଯାୟୀ ଏହି ୨୫ ଜଣଙ୍କ ବିଷୟରେ ସୂଚନା ମିଳିଯାଇଛି । ଏଥିରେ ସାରା ଅଲ୍ଲୀ ଖାନ ଏବଂ ରକୁଲ ପ୍ରିତ ସିଂଙ୍କ ସମେତ ଅନ୍ୟ ଷ୍ଟାରମାନେ ମଧ୍ୟ ସାମିଲ ଅଛନ୍ତି ।
ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ହାଁକିପ କିଛି ଦିନ ତଳେ ଖୁଲାସା କରିଥିଲେ ଯେ କେଦାର ନାଥ ସୁଟିଂ ସମୟରେ ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଲୀ ଖାନ ପରସ୍ପରକୁ ଡେଟ କରୁଥିଲେ, କିନ୍ତୁ ପରେ ତାଙ୍କର ବ୍ରେକଅପ ହୋଇଯାଇଥିଲା । ଗୋଟିଏ ସମୟରେ ରୀୟା ଚକ୍ରବର୍ତୀ ଓ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ମଧ୍ୟ ଭଲ ବନ୍ଧୁତା ଥିଲା । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ରୀୟା ଚକ୍ରବର୍ତୀଙ୍କ ଖୁଲାସା ପରେ ଏନସିବି ସାରା ଅଲ୍ଲୀ ଖାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସ୍ତୁତିରେ ରହିଛି ।
ସେହିଭଳି ମିଡିଆ ରିପୋର୍ଟରେ ଏହା ଦାବି କରାଯାଉଛି ଯେ ରୀୟା ଚକ୍ରବର୍ତୀ ଡଗ୍‌ସ ମାମଲାରେ ରକୁଲ ପ୍ରିତ ସିଂଙ୍କ ନାମ ନେଇଛନ୍ତି । ରକୁଲଙ୍କର ରୀୟାଙ୍କ ସହ ଭଲ ବନ୍ଧୁତା ରହିଥିବା ଜଣାପଡ଼ିଛି । ସେହିଭଳି ଏଥିରେ ରୀୟା ଚକ୍ରବର୍ତୀଙ୍କର କ୍ଲୋଜ ଫ୍ରେଣ୍ଡ ସିମୋନ ଖମ୍ଭାଟା ପେଷାରେ ଜଣେ ଡିଜାଇନର ଅଟନ୍ତି । ତାଙ୍କର ବଲିଉଡର ଅନେକ ଜଣାଶୁଣା ଷ୍ଟାରଙ୍କ ସହ ସମ୍ପର୍କ ଥିବା କୁହାଯାଉଛି । ଏବେ ଏନସିବି ତାଙ୍କୁ ମଧ୍ୟ ପଚରାଉଚରା କରିବ ।
ଏହି ଲିଷ୍ଟରେ ରୋହିଣୀ ଅୟର ରହିଛନ୍ତି । ସେ ଅନେକ ସମୟ ପର୍ଯ୍ୟନ୍ତ ସୁଶାନ୍ତଙ୍କ କାମ ସମ୍ଭାଳିଥିଲେ । ରୀୟାଙ୍କ ବୟାନ ପରେ ସେ ମଧ୍ୟ ଏଥିରେ ଫସିଯାଇଛନ୍ତି । କାଷ୍ଟିଙ୍ଗ ଡାଇରେକ୍ଟର ଏବଂ ନିର୍ଦ୍ଦେଶକ ମୁକେଶ ଛାବଡ଼ା ଏହି ଲିଷ୍ଟରେ ହେଉଛନ୍ତି ପଂଚମ ନାମ । ମୁକେଶଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଦିଲ ବେଚାରା’ରେ ସୁଶାନ୍ତ ସିଂ ରାଜପୁତ ଲିଡ ରୋଲରେ ଥିଲେ । ମୁକେଶ ଛାବଡ଼ା ହିଁ କାଷ୍ଟିଙ୍ଗ ସମୟରେ ଫିଲ୍ମ ‘କାଇ ପୋ ଛେ’ ପାଇଁ ସୁଶାନ୍ତଙ୍କ ନାମ ସୁପାରିଶ ଦେଇଥିଲେ ।


Share It

Comments are closed.