ସାମସଙ୍ଗ ଭାରତରେ ୧୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବ


ସାମସଙ୍ଗ ଭାରତରେ ଏହାର ଆର ଏଣ୍ଡ ଡି ସେଂଟରକୁ ସୁଦୃଢ଼ କରିବା ପାଇଁ ଚଳିତ ବର୍ଷ ଭାରତର ଆଇଆଇଟି ଓ ଶୀର୍ଷ ଇଞ୍ଜିନିୟରିଂ କଲେଜରୁ ୧୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଯୋଜନା କରୁଛି । କମ୍ପାନୀ ମଧ୍ୟ ନୂତନ ଆଇଆଇଟିରୁ ପ୍ରତିଭାସମ୍ପନ୍ନ ମାନବ ସମ୍ବଳ ଗ୍ରହଣ ପାଇଁ ଲକ୍ଷ୍ୟ ରଖିଛି । ଏହି ଶୀର୍ଷ ଅନୁଷ୍ଠାନରୁ ଦକ୍ଷ ଇଞ୍ଜିନିୟରମାନେ ଭବିଷ୍ୟତର ଟେକ୍ନୋଲୋଜି ଓ ଡୋମେନ୍ ଯଥା ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ଡିପ୍ ଲର୍ଣ୍ଣିଂ, ଇମେଜ୍ ପ୍ରୋସେସିଂ, ମିଡିଲ୍ଓୟାର ଡେଭ୍ଲପମେଂଟ, କ୍ଲାଉଡ୍ ଆଇଓଟି, ରେକଗନିସନ ସିଷ୍ଟମ, ଡାଟା ଆନାଲିସିସ୍, ଅନ୍ ଡିଭାଇସ୍ ଏଆଇ, ମୋବାଇଲ୍ କମ୍ୟୁନିକେସନ, ନେଟ୍ୱାର୍କ, ଇମେଜିଂ, ଭଏସ୍, ଭିଏଲ୍ଏସ୍ଆଇ ଓ ୟୁଆଇ/ୟୁଏକ୍ସ ରେ କାର୍ଯ୍ୟ କରିବେ ।

ଡିସେମ୍ବର ୧ ରୁ ଆରମ୍ଭ କରାଯାଇ, ବେଙ୍ଗାଲୁରୁ, ନୋଏଡା ଓ ଦିଲ୍ଲୀରେ ଥିବା ତିନୋଟି ଆର ଏଣ୍ଡ ଡି ସେଂଟର ଦିଲ୍ଲୀ, କାନ୍ପୁର, ମୁମ୍ବାଇ, ମାଡ୍ରାସ୍, ଗୌହାଟି, ଖଡ଼ଗପୁର, ବିଏଚ୍ୟୁ, ରୁର୍କି, ପଲକଡ୍, ତିରୁପତି, ଇନ୍ଦୋର, ଗାନ୍ଧିନଗର, ପାଟନା, ଭୁବନେଶ୍ୱର, ମଣ୍ଡି ଓ ଯୋଧପୁର ରେ ଥିବା ଆଇଆଇଟି କ୍ୟାମ୍ପସକୁ ପରିଦର୍ଶନ କରିବେ । ଏହି ତାଲିକାରେ ଆଇଆଇଟି ଭିଲାଇର ନୂତନ ସଂସ୍କରଣକୁ ମଧ୍ୟ ସାମିଲ୍ କରାଯାଇଛି । ସାମ୍ସଙ୍ଗ ଅନେକ ଷ୍ଟ୍ରିମରୁ ଛାତ୍ରମାନଙ୍କୁ ନିଯୁକ୍ତି ପ୍ରଦାନ କରିବ ଯେଉଁଥିରେ ରହିଛି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ମ୍ୟାଥମେଟିକ୍ସ ଓ କମ୍ପ୍ୟୁଟିଂ, ଇନ୍ଷ୍ଟ୍ରୁମେଂଟେସନ ଏଣ୍ଡ ଇନ୍ଫରମେଂଟେସନ ଟେକ୍ନୋଲୋଜି ଯାହାଦ୍ୱାରା ଅଧିକ ନୂତନ ସମାଧାନର ବିକାଶ କରାଯାଇପାରିବ ଓ ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିପାରିବ ।

ଏହି ପରିପ୍ରେକ୍ଷୀରେ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଏହାର ମାନବ ସମ୍ବଳ ମୁଖ୍ୟ, ସମୀର ୱାଧୱାନ କହିଛନ୍ତିଯେ, “ଆଜି, ସାମ୍ସଙ୍ଗର ଇଣ୍ଡିଆ ଆର ଏଣ୍ଡ ଡି ସେଂଟର ଉଭୟ ସ୍ଥାନୀୟ ଓ ବିଶ୍ୱ ଉଭୟ କ୍ଷେତ୍ରରେ ନୂତନତାକୁ ଆଗେଇ ନେଉଛି, ତଥା ଆମର ଦକ୍ଷ ଇଞ୍ଜିନିୟରମାନଙ୍କୁ ସେମାନଙ୍କର ଉକ୍ରର୍ଷତା ପ୍ରତିପାଦନ କରିବା ନିମନ୍ତେ ଉପଯୁକ୍ତ ପ୍ଲାଟ୍ଫର୍ମ ପ୍ରଦାନ କରୁଛି । ଚଳିତ ବର୍ଷ, ଆମେ ୧,୨୦୦ ଇଞ୍ଜିନିୟରଙ୍କୁ ନେବା ପାଇଁ ଯୋଜନା କରୁଛୁ ଓ ଏବେ ସୁଦ୍ଧା ଆଇଆଇଟି ଓ ଟପ୍ ଅନୁଷ୍ଠାନରେ ଇଞ୍ଜିନିୟରମାନଙ୍କୁ ୩୪୦ ଟି ପିପିଓ ପ୍ରଦାନ କରିସାରିଛୁ ।”

ଆଇଆଇଟି ବ୍ୟତୀତ, ସାମସଙ୍ଗ ମଧ୍ୟ ଅନ୍ୟାନ୍ୟ ଶୀର୍ଷ ଇଞ୍ଜିନିୟରିଂ କଲେଜ୍ ଯଥା ବିଟ୍ସ ପିଲାନି, ଆଇଆଇଟି, ଏନ୍ଆଇଟି, ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି, ମନିପାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆଇଆଇଏସ୍ସି ବାଙ୍ଗାଲୋରରୁ ମଧ୍ୟ ଦକ୍ଷ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ପ୍ରଦାନ କରିବ । ପ୍ରି-ପ୍ଲେସମେଂଟ ଅଫର ମାଧ୍ୟମରେ ଦକ୍ଷତାର ବିକାଶ କରାଯାଇପାରିବ । ୨୦୧୭ ରେ, ସାମ୍ସଙ୍ଗ ୨୦୨୦ ସୁଦ୍ଧା ଏହା ୨୫୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରିବବୋଲି କୁହାଯାଇଥିଲା । ଏହା ୨୦୧୭ ଓ ୨୦୧୮ ରେ ୧୦୦୦ ଲେଖାଏଁ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ପ୍ରଦାନ କରିଛି ଓ ଚଳିତ ବର୍ଷ ୧୨୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ପ୍ରଦାନ କରୁଛି । ଏହି କମ୍ପାନୀ ଭାରତୀୟ ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଓ ବିଶ୍ୱ ନୂତନତାକୁ ଆଗେଇ ନେବା ପାଇଁ ସେମାନଙ୍କୁ ଦକ୍ଷ କରାଇବା ପାଇଁ ଲକ୍ଷ୍ୟ ରଖିଛି ।


Share It

Comments are closed.