ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ


ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ସରକାରୀ ମହିଳା ଡାକ୍ତରଙ୍କୁ ଗଣଦର୍ଷଣ କରି ତାଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯିବାର ଏକ ଜଘନ୍ନ କାଣ୍ଡର ବର୍ତ୍ତମାନ ପରଦାଫାଶ ହୋଇଛି । ଏହି ଜଘନ୍ନ କାଣ୍ଡ ଘଟାଇଥିବା ଅଭିଯୁକ୍ତ ମହମ୍ମଦ ଆରିଫ ମଣିଷତ୍ୱର ସମସ୍ତ ସୀମା ଅତିକ୍ରମ କରିଦେଇଥିବାବେଳେ ଏହି କାଣ୍ଡ ଭିଆଇ ସମୟରେ ପୀଡିତା ଯେପରି ଜୋରସେ ଚିକ୍ରାର କରିନପାରିବେ ସେଥିପାଇଁ ଅଭିଯୁକ୍ତ ଜଣକ ତାଙ୍କ ମୁହଁକୁ ଜୋରସେ ଦାବି ରଖିଥିଲେ ବୋଲି ପୋଲିସ ତଦନ୍ତରୁ ଜଣା ପଡିଛି ।
ମୁହଁକୁ ଜୋରସେ ବନ୍ଦ କରିଦେଇଥିବା ହେତୁ ପୀଡିତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିଥିଲା ଯେଉଁଥିପାଇଁ ହାଇଦ୍ରାବଦର ଏହି ‘ନିର୍ଭୟା’ଙ୍କ ଘଟଣାସ୍ଥଳୀ ହିଁ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ପୋଲିସ କହିଛି ଯେ, ଅଭିଯୁକ୍ତମାନେ ଚକ୍ରାନ୍ତ କରି ମହିଳା ଡାକ୍ତରଙ୍କ ସ୍କୁଟିରୁ ପମ୍ପ ଖୋଲିଦେଇଥିଲା, ଯାହା ଫଳରେ ସେମାନଙ୍କୁ ଏହି ଘଟଣା ଘଟାଇବା ପାଇଁ ସୁଯୋଗ ମିଳିପାରିବ ।
ତଦନ୍ତରୁ ଜଣା ପଡିଛି ଯେ, ପୀଡିତାଙ୍କୁ ଦୁଷ୍କର୍ମ କରୁଥିବାବେଳେ ସେ ନିଜ ରକ୍ଷା ପାଇଁ ଜୋରସେ ଚିକ୍ରାର କରିଥିଲା କିନ୍ତୁ କାଳେ ଅଭିଯୁକ୍ତମାନେ ଧରାପଡିଯିବେ ସେଥିପାଇଁ ସେମାନେ ପୀଡିତାଙ୍କ ମୁହଁକୁ ଜୋରସେ ଚିପି ବନ୍ଦ କରିଦେଇଥିଲେ । ଯାହା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିବା ହେତୁ ଘଟଣାସ୍ଥଳୀରେ ହିଁ ଉକ୍ତ ପୀଡିତାଙ୍କ ମୃତ୍ୟୁ ଘଟିଥିଲା ।
ତେଲେଙ୍ଗାନା ପୋଲିସ, ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜାଳି ହତ୍ୟା କରିବା ଅପରାଧରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାଟି ରାତି ପ୍ରାୟ ୯.୩୫ରୁ ୧୦ ମଧ୍ୟରେ ହୋଇଥିବାବେଳେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମହମ୍ମଦ ଆରିଫ, ନବୀନ, ଚିନ୍ତାକୁନ୍ତା ଏବଂ ଶିବା ।


Share It

Comments are closed.