ସାମସଙ୍ଗ ପକ୍ଷରୁ ଏହାର ଗ୍ୟାଲେକ୍ସି Galaxy A6, Galaxy A6+ର ଶୁଭାରମ୍ଭ


ସାମସଙ୍ଗ ପକ୍ଷରୁ ଏହାର A ସୃଙ୍ଖଳରେ ଥିବା ଦୁଇଟି ଭ୍ୟାରିଏଣ୍ଟ  A6ଏବଂA6+ର ଦୁଇଟି ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ କରାଇଛି । ଉଭୟ ସ୍ମାର୍ଟଫୋନ ବର୍ତ୍ତମାନ ଇଣ୍ଡୋନେସିଆର ସାମସଙ୍ଗ ୱେବସାଇଟ୍ରେ ଏହାର ବୈଶିଷ୍ଟତା ସହ ସ୍ଥାନ ପାଇଛି । ଚଳିତ ମେ ମାସରୁ ଏହା ଏସିଆ, ୟୁରୋପ ଏବଂ ଲାଟିନ ଆମେରିକାରେ ଉପଲବ୍ଧ ହେବାର ସୂଚନା ମିଳିଛି । କିନ୍ତୁ ଭାରତୀୟ ବଜାରକୁ ଏହାର ଶୁଭାରମ୍ଭ କେବେ ହେବ ଅଦ୍ୟାବଧି କମ୍ପାନୀ ପକ୍ଷରୁ କୌଣସି ସଠିକ ସୂଚନା ପ୍ରଦାନ କରାଯାଇନାହିଁ ।

୧ – ଗ୍ୟାଲେକ୍ସି A6+

ଏହି ସ୍ମାର୍ଟଫୋନଟିରେ ୬ ଇଞ୍ଚର ବଡ ସ୍କ୍ରିନ ରହିଥିବା ବେଳେ ଏହାର ରିସୋଲୁସନ ୧୦୮୦ ପିକ୍ସେଲ ବାଇ ୨୨୨୦ ପିକ୍ସେଲ ରହିଛି । ଏଥିରେ ୧.୮ ଅକ୍ଟା-କୋର ପ୍ରୋସେସର ରହିବା ସହ ୪ ଜିବିର ରାମ ଏବଂ ୩୨ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୪୦୦ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ ।
ଏହାର ପଛ ଭାଗରେ ୧୬ ଏମପିର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ଫ୍ରଣ୍ଟ ସୁଟର ସେଲଫି ପାଇଁ ୨୪ ଏମପିର କ୍ୟାମେରା ରହିଛି । ଏଥିରେ ୩୫୦୦ର ଏମଏଏଚ ବ୍ୟାଟେରୀ ରହିଛି, ଯାହାରକି ଆନୁମାନିକ ମୂଲ୍ୟ ୨୮,୮୬୮ରୁ ୩୨,୦୭୩ ରହିବ ।

୨ – ଗ୍ୟାଲେକ୍ସି  A6

ଏହି ସ୍ମାର୍ଟଫୋନଟିରେ ୫.୬୦ର ଟଚ ସ୍କ୍ରିନ ରହିଥିବେଳେ ଏହାର ରିସୋଲୁସନ ୭୨୦ ପିକ୍ସେଲ ବାଇ ୧୪୮୦ ପିକ୍ସେଲ ରହିଛି ।
ଏଥିରେ ୧.୬ଜିଏଚଜେଡର ଅକ୍ଟାକୋର ପ୍ରୋସେସର ରହିବା ସହ ୩ ଜିବିର ରାମ ଏବଂ ୩୨ ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଏହାର ପଛ ଭାଗରେ ୧୬ ଏମପିର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ମଧ୍ୟ ୧୬ ଏମପିର କ୍ୟାମେରା ରହିଛି । ଏଥିରେ ୩୦୦୦ଏମଏଏଚର ବ୍ୟାଟେରୀ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୪,୦୫୪ରୁ ୨୭,୨୬୨ ମଧ୍ୟରେ ରହିବ ।


Share It

Comments are closed.