ବଜାରରେ ପ୍ରବେଶ କରିବାକୁ ଯାଉଛି ଡୁକାଟି ୨୦୧୮ ମନଷ୍ଟର ୮୨୧


ଇଟାଲିୟାନ ମୋଟରସାଇକେଲ ନିର୍ମାତା କମ୍ପାନୀ ଡୁକାଟି ପକ୍ଷରୁ ଏହାର ସବୁଠାରୁ ହାଇସ୍ପିଡ ରେସିଙ୍ଗ ବାଇକ ୨୦୧୮ ମନଷ୍ଟର ୮୨୧କୁ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଯାହାରକି ଆନୁମାନିକ ୯.୫ ଲକ୍ଷ(ଏକ୍ସ-ସୋରୁମ) ରହିଛି । ଏହି ବିଏସଭିଆଇ ବାଇକଟି ଟ୍ରିୟମ୍ଫ ଷ୍ଟ୍ରିଟ ଟ୍ରିପଲ ଏସ, ୟାମାହା ଏମଟି-୦୯ ଏବଂ ନିକଟ ଅତୀତରେ ଶୁଭାରମ୍ଭ ହୋଇଥିବା ସୁଜୁକି ଜିଏସଏକ୍ସ-ଏସ୭୫୦ ସହ ପ୍ରତିଦ୍ୱନ୍ଧୀତା କରିବାର କ୍ଷମତା ରହିଛି ।
ଏହରା ବୈଶିଷ୍ଟ୍ୟତା ଦୃଷ୍ଟିରୁ ଏହି ୮୨୧ସିସିର ଡିସପ୍ଲେମେଣ୍ଟ ଭି-ଟୁଇନ ମେସିନଟି ୯୨୫୦ ଆରପିଏମ ଉପରେ ୧୦୮ ବିଏଚପି ଭଳି ସର୍ବାଧିକ ଶକ୍ତି ଉତ୍ପନ କରିବାରେ ସକ୍ଷମ ଅଟେ, ଯାହାକି ବିଏସ-୩ ଇଞ୍ଜିନରୁ ୨ ବିଏଚପି କମ ଏବଂ ୭୭୫୦ ଆରପିଏମ ଉପରେ ୮୬ ଏନଏମର ପିକ ଟରକିୟୁ ରହିଛି । ୬ ସ୍ପିଡ ଟ୍ରାନ୍ସମିଶନ ସହିତ ମିଶିକି ମେସିନ ପ୍ରତି ଘଣ୍ଟାକୁ ୧୮.୫ କିଲୋମିଟରର ମାଇଲେଜ ପ୍ରଦାନ କରିବାର ଦକ୍ଷତା ପ୍ରଦାନ କରୁଛି ।
ଏହା ସହିତ ୧୯୯୩ରେ ଶୁଭାରମ୍ଭ ହୋଇଥିବା ଏହାର ପ୍ରଥମ ମନଷ୍ଟର ଭଳି ଏହି ମେସିନଟରେ ଆଇକୋନିକ ଟ୍ୟାଙ୍କ ଡିଜାଇନ ସହ ଫାଷ୍ଟେନିଙ୍ଗ ହୁକ ରହିଛି । ଏହା ଏଲଇଡି ହେଡଲ୍ୟାମ୍ପ ଏବଂ ଫୁଲ-କଲର ଟିଏଫଟି ଇନଷ୍ଟ୍ରୁମେଣ୍ଟ ଡସପ୍ଲେ ସହ ଆସୁଛି ।


Share It

Comments are closed.