ପ୍ରଭାସ ଅଭିନୀତ ‘ସାହୋ’ର ରିଲିଜ ଅଗଷ୍ଟ ୧୫ରେ

Share It

[vc_row][vc_column][vc_column_text]ବାହୁବଲୀ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’, ଆସନ୍ତା ଅଗଷ୍ଟ ୧୫ରେ ଭାରତ ସହ ବିଶ୍ୱବ୍ୟାପି ସିନେମା ହଲ ମାନଙ୍କରେ ରିଲିଜ ହେବ । ଏହାକୁ ଫିଲ୍ମର ନିର୍ମାତା ମାନେ ଏକ ପୋଷ୍ଟର ରିଲିଜ ମାଧ୍ୟ୍ୟମରେ ସୂଚିତ କରିଛନ୍ତି । ତେବେ ଏହି ଦିନ ଆଉ ଦୁଇଟି ବଲିଉଡ଼ର ବଡ ଫିଲ୍ମ ରିଲିଜ ହେଉଥିବାରୁ, ଦର୍ଶକ ପୁଣିଥରେ ସାଉଥ ସିନେମା ଏବଂ ବଲିଉଡ଼ ମଧରେ ଜୋରଦାର ଟକ୍କର ଦେଖିବେ । ବଲିଉଡ଼ ପକ୍ଷରୁ ପ୍ରଥମଟି ଅକ୍ଷୟ କୁମାର ଅଭିନୀତ ‘ମିଶନ ମଙ୍ଗଲ’ ଏବଂ ଜହ୍ନ ଆବ୍ରାହାମ ଅଭିନୀତ ‘ବାଟଲା ହାଉସ’ ଏହି ସମୟରେ ରିଲିଜ ହେବ ।

ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି । ପ୍ରଖ୍ୟାତ ନିର୍ଦେଶକ ସୁଜିତଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ  ପ୍ରଭାସଙ୍କ ସହ ବଲିଉଡର ଚୁଲବୁଲି ନାଯିକା ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ।[/vc_column_text][vc_single_image image=”8487″ img_size=”full” alignment=”center”][/vc_column][/vc_row][vc_row][vc_column][vc_column_text]ଫିଲ୍ମରେ ଶ୍ରଦ୍ଧା ପ୍ରଭାସଙ୍କ ସହ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ। ଗତ ଦୁଇ ବର୍ଷ ହେବ ଦୁବାଇ, ଆବୁଧାବି ସହ ବିଦେଶର ଅନ୍ୟାନ୍ୟ ସହରରେ ସୂଟିଙ୍ଗ କରାଯିବା ପରେ, ଏହି ଚଳଚ୍ଚିତ୍ର ଶେଷରେ ଚଳିତ ଅଗଷ୍ଟ ୧୫ ରିଲିଜ୍‌ ହେବ। ଫିଲ୍ମଟି ତେଲୁଗୁ, ହିନ୍ଦୀ, ତାମିଲ ତିନୋଟି ଭାଷାରେ ରିଲିଜ ହେବ । ଏଥିରେ ଫିଲ୍ମର ନାୟିକା ଶ୍ରଦ୍ଧା କପୁରଙ୍କ ବ୍ୟତୀତ ଅରୁନ ବିଜୟ, ନୀଲ ନୀତିନ୍‌ ମୁକେଶ, ଜାକି ଶ୍ରଫ ଆଦି ମୁଖ୍ୟ ଭୂମିକାରେ ନଜରରେ ଆସିବେ ।

ଏହି ଫିଲ୍ମକୁ ଭାରତୀୟ ସିନେମାର ସବୁଠୁ ଭଲ ଆକ୍ସନ ଫିଲ୍ମ ହେବ ବୋଲି ଆକ୍ଟର ନୀଲ ନୀତିନ୍‌ ମୁକେଶ ଏକ ସାକ୍ଷାତକାରରେ କହିଛନ୍ତି । ପୂର୍ବରୁ ଫିଲ୍ମର ପ୍ରଥମ ଭିଡିଓ ୨୦୧୮ ଅକ୍ଟୋବର ୨୨ରେ ଫିଲ୍ମର ଲିଡ୍ ଆକ୍ଟର ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିଲା। ଏହି ଭିଡିଓର ନାଁ ଥିଲା ‘ସାହୋ ଚାପ୍ଟର-୧’। ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା।[/vc_column_text][/vc_column][/vc_row]


Share It

Comments are closed.