ବିଶ୍ୱକପ ପାଇଁ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ


କ୍ରିକେଟର ମହାକୁମ୍ଭ ବିଶ୍ୱକପ ୨୦୧୯ ପାଇଁ ଭାରତୀୟ କ୍ରିକେଟ ଦଳ ଗତ କାଲି ଇଂଲଣ୍ଡ ଗସ୍ତରେ ବାହାରି ଯାଇଛନ୍ତି । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋମ ବୋର୍ଡ (ବିସିସିଆଇ) ପକ୍ଷରୁ ଗସ୍ତ ସମୟରେ ଦଳର କେତେକ ପ୍ରମୁଖ ଖେଳାଳୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋରେ ଖେଳାଳୀମାନେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟକୁ ଅପେକ୍ଷା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଅଧିନାୟକ ବିରାଟ କୋହଲୀ, ଏମ.ଏସ ଧୋନୀ, ଶୀଖର ଧାୱାନ, ମହମ୍ମଦ ଶାମୀ, ହାର୍ଦିକ ପାଣ୍ଡିଆ, ଲୋକେଶ ରାହୁଲ, କେଦାର ଯାଦବଙ୍କ ସହ ଅନ୍ୟ ଖେଳାଳୀଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ଏହି ବିଶ୍ୱକପର ଆରମ୍ଭ ୩୦ ମଇରୁ ଇଲଣ୍ଡରୁ ଆରମ୍ଭ ହେବ ଏବଂ ଏହା ୧୪ ଜୁଲାଇ ପର୍ଯ୍ୟନ୍ଚ ଚାଲିବା


Share It

Comments are closed.