ରିଲିଜ ହେଲା ଶାହୋ ଫିଲ୍ମର ଅନ୍ୟ ଏକ ରୋମାଣ୍ଟିକ ଗୀତ


ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶାହୋ’ର ତୃତୀୟ ଗୀତ ଆଜି ରିଲିଜ ହୋଇଯାଇଛି । ଏହି ଗୀତଟି ରିଜିଲ ହେବା ମାତ୍ରକେ ହିଁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଲାଣି । ଏହି ଗୀତରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳୁଥିବାବେଳେ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି । ଫିଲ୍ମଟି ଚଳିତ ସପ୍ତାହରେ ରିଲିଜ ହେବାକୁ ଥିବାବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଖୁବ ଉତ୍ସାହ ମଧ୍ୟ ଭରି ରହିଛି ।

ଏହି ଗୀତଟିର ନାମ ‘ବେବି ୱଣ୍ଟ ୟୁ ଟେଲ ମି’ ଥିବାବେଳେ ପ୍ରଥମ ଥର ପାଇଁ ବଡ ପରଦାରେ ଶ୍ରଦ୍ଧା ଏବଂ ପ୍ରଭାସଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ଏକ ରୋମାଣ୍ଟିକ ଗୀତ ଥିବାବେଳେ ଏହା ପୂର୍ବରୁ ପ୍ରଡକ୍ସନ ହାଉସ ପକ୍ଷରୁ ‘ବ୍ୟାଡ ବୟ’ ଗୀତଟିକୁ ରିଲିଜ କରାଯାଇଥିଲା । ଏହା ଏକ ଆକ୍ସନ ଥ୍ରିଲର ଫିଲ୍ମ ହୋଇଥିବାବେଳେ ଏହା ନିର୍ଦ୍ଦେଶକ ହେଉଛନ୍ତି ସୁଜିତ । ଫିଲ୍ମଟି ୩୦ ଅଗଷ୍ଟ ୨୦୧୯ରେ ରିଲିଜ ହେବାକୁ ଅଛି ।


Share It

Comments are closed.