କାଶ୍ମୀରରେ ପୁଣି ହିଂସା, ଜଣେ ଟ୍ରକ ଡ୍ରାଇଭର ମୃତ


ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ପରିସ୍ଥିତି ପୁଣି ଥରେ ଜଟିଳ ହୋଇଯାଇଛି । ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗତ କାଲି ବିକ୍ଷୋଭକାରୀମାନେ ପଥରଫିଙ୍ଗି ଜଣେ କାଶ୍ମୀରି ଟ୍ରକ ଚାଳକଙ୍କର ହତ୍ୟା କରିଦେଇଛନ୍ତି । ଉକ୍ତ ଡ୍ରାଇଭରଙ୍କ ନାମ ‘ନୁର ମହମ୍ମଦ ଡାର’ ଥିବାବେଳେ ସେ ୪୨ ବର୍ଷିୟ ଅଟନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ଟ୍ରକ ଚାଳକ ଜଣକ ନିଜ କାମ ସାରି ଘରକୁ ଫେରୁଥିବାବେଳେ ସେହି ସମୟରେ ବିକ୍ଷୋଭକାରୀମାନେ ଭୁଲରେ ଏହା ସୁରକ୍ଷାକର୍ମୀଙ୍କ ଗାଡି ଭାବେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଯାହା ଦ୍ୱାରା ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ପଥର ଫିଙ୍ଗାଳୀଙ୍କୁ ପୋଲିସ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ବନ୍ଦୀ ମଧ୍ୟ କରି ଦେଇଛି ।


Share It

Comments are closed.