ଭାରତରେ ଶୁଭାରମ୍ଭ ହେଲା ସାମସଙ୍ଗ ଗ୍ୟାଲେକ୍ସି ନୋଟ ୧୦ ଓ ଗ୍ୟାଲେକ୍ସି ୧୦+


ଭୁବନେଶ୍ୱର : ଭାରତର ସବୁଠାରୁ ବୃହତ୍ତ କଞ୍ଜୁମର ଇଲେକଟ୍ରୋନିକ ଓ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆଜି ଗ୍ୟାଲେକ୍ସି ନୋଟ ୧୦ ଓ ଗ୍ୟାଲେକ୍ସି ୧୦+ର ଶୁଭାରମ୍ଭ କରାଯାଇଛି । ଏହା ଦୁଇଟି ଆକର୍ଷଣୀୟ ଏଭଂ ଶକ୍ତିଶାଳୀ ଫ୍ଲାଗସିପ ଡିଭାଇସ ଅଟେ, ଯାହାକି ଆଗାମୀ ପିଢିର ଉତ୍ପାଦକତା ଓ ସୃଜନଶୀଳତାକୁ ପରବର୍ତ୍ତି ସ୍ତରକୁ ନେବାରେ ସାହାଯ୍ୟ କରିବ । ଏହାର ବୈଶିଷ୍ଟ୍ୟତା ଦୃଷ୍ଟି କୋଣରୁ ଗ୍ୟାଲେକ୍ସି ନୋଟ ୧୦ ଦୁଇଟି ସାଇଜରେ ଆସୁଛି । ଏହି ସ୍ମାର୍ଟଫୋନଟିରେ ଏସ୍ ପେନ୍ର ଶକ୍ତି ଓ ଅଲଟିମେଟ୍ ପ୍ରଡକ୍ଟିଭିଟି ରହିଥିବାବେଳେ ଅନ୍ୟପଟେ ୬.୩ ଇଞ୍ଚର ସିନୋମାଟିକ ଇନଫିନିଟି ଡିସପ୍ଲେ ମଧ୍ୟ ରହିଛି । ସେହିଭଳି ଗ୍ୟାଲେକ୍ସି ନୋଟ ୧୦+ରେ ବୃହତ୍ତ ନୋଟ ଡିସପ୍ଲେ ଏବଂ ୬.୮ ଇଞ୍ଚ ସିନେମାଟିକ ଇନଫିନିଟି ଡିସପ୍ଲେ ରହିଛି, ଯାହାକି ଆପଣଙ୍କୁ ଧରିବା ଏବଂ ବ୍ୟବହାର କରିବାରେ ସହାୟକ ହେବ । ଏହି ଅବସରରେ ଶ୍ରୀ ଏଚ୍ସି ହଙ୍ଗ, ପ୍ରେସିଡେଂଟ ଓ ସିଇଓ, ସାମସଙ୍ଗ ସାଉଥୱେଷ୍ଟ ଏସିଆ କହିଛନ୍ତି ଯେ, “ଭାରତରେ ଗ୍ୟାଲେକ୍ସି ନୋଟ ପ୍ରଶଂସକମାନେ ବହୁତ ବିଶ୍ୱସ୍ତ । ସେମାନେ ଗ୍ୟାଲେକ୍ସି ନୋଟକୁ ବହୁତ ଭଲ ପାଇଥାନ୍ତି କାରଣ ଏଥିରେ ଅସୀମ ସମ୍ଭାବନା, ବଡ ସ୍କ୍ରିନ, ସ୍ୱତନ୍ତ୍ର ଏସ୍ ପେନ୍ ଓ ଅନେକ ଗୁଡିଏ କାର୍ଯ୍ୟ କରିବାର କ୍ଷମତା ରହିଛି । ଗ୍ୟାଲେକ୍ସି ନୋଟ ୧୦ର ଶୁଭାରମ୍ଭ ସହିତ ଆମେ ମୋବାଇଲ ପ୍ରଡକ୍ଟିଭିଟିର ଏକ ନୂତନ ଯୁଗର ଆରମ୍ଭ କରୁଛୁ ଯେଉଁମାନେ ଅଧିକ କିଛି କରିବାକୁ ଚାହିଁଥାନ୍ତି ।”ସେହିଭଳି ଶ୍ରୀ ରଞ୍ଜିଭଜିତ ସିଂ, ସିନିୟର ଭାଇସ ପ୍ରେସିଡେଣ୍ଟ ଓ ହେଡ ଅଫ ମାର୍କେଟିଂ, ମୋବାଇଲ ବିଜନେସ, ସାମସଙ୍ଗ ଇଣ୍ଡିଆ କହିଛନ୍ତି ଯେ, “ପ୍ରଥମ ଥର ପାଇଁ, ଗ୍ୟାଲେକ୍ସି ନୋଟ ୧୦ ଦୁଇଟି ସାଇଜରେ ଆସୁଅଛି, ତେଣୁ ଗ୍ରାହକମାନେ ତାଙ୍କ ଉପଯୁକ୍ତ ନୋଟ ବାଛିପାରିବେ । ସାମସଙ୍ଗରେ, ଆମେ ଆମର ଗ୍ରାହକଙ୍କ କଥା ଶୁଣିଥାଉ ଓ ଅର୍ଥପୂର୍ଣ୍ଣ ନୂତନତା ଆଣିଥାଉ ଯାହା ତାଙ୍କ ଜୀବନରେ ଉନ୍ନତି ଆଣିପାରିବ ବୋଲି କହିଛନ୍ତି । ”


Share It

Comments are closed.