ଆଜି ଗଡିବ ରୁକୁଣା ରଥ


ଯୁବ ସମୟ- ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର ଆଜି ଅନୁଷ୍ଠିତ ହେବାକୁ ଯାଉଛି । ପାରମ୍ପରିକ ରୀତିନୀତି ସମ୍ପନ୍ନ ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଏହି ଅବସରରେ ଶୁକ୍ରାବାର ନେତ୍ରୋତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ରଥାଯତ୍ରାକୁ ଶାନ୍ତିଶୃଙ୍ଖଲାର ସହିତ ସମ୍ପନ୍ନ କରିବାର ସବୁ ପ୍ରକାର ପଦକ୍ଷପ ନିଆଯାଇଛି । ଏଥର ରଥର ଗତିବିଧି ଉପରେ ନଜର ରଖିବାକୁ ପ୍ରାୟ ୩୨ ଜଣ ଖରଡା ସେବାୟତଙ୍କୁ ନିୟୋଜିତ କରାଯିବ । ଶ୍ରଦ୍ଧାଳୁମାନେ ରଥକୁ ଚଢି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଦୁଇଟି ସିଢୀ କରାଯାଇଛି । ଗୋଟେ ସିଢି ରଥ ସମ୍ମୁଖରେ ଓ ଅନ୍ୟଟି ରଥର ପାଶ୍ୱର୍ରେ ଲାଗିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ମାଉସୀମା ମନ୍ଦିରରେ ଶ୍ରୀ ଲିଙ୍ଗରାଜଙ୍କ ଦୈନିକ ରୀତିନୀତି – ପ୍ରତି ବର୍ଷ ରୁକୁଣା ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ୱରଙ୍କୁ ଦର୍ଶନ କରିବାରେ ଆସନ୍ତି । ରାମେଶ୍ୱର ଲିଙ୍ଗ ସମ୍ମୁଖରେ ଶ୍ରୀଲିଙ୍ଗରାଜଙ୍କ ସିଂହାସନ ସ୍ଥାପନ କରାଯାଇଛି । ଏଠାରେ ରାମେଶ୍ୱର ମନ୍ଦିରକୁ ମାଉସୀମା ମନ୍ଦର ଭାବେ ଅବିହତ କରାଯାଇଛି । ରୁପୁଣା ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ସମେତ ଭଉଣୀ ରୁକୁଣା ଓ ଦୋଳଗୋବିନ୍ଦ ସାଙ୍ଗରେ ଆସିଥାନ୍ତି । ପାର୍ବତୀଙ୍କୁ ସାଙ୍ଗରେ ନ ଆଣିବାରୁ ତୃତୀୟ ଦିନ ପାର୍ବତୀ ରଥ ଭାଙ୍ଗିବାକୁ ଆସନ୍ତି । ରୁକୁଣା ରଥରେ ଆସି ପାଞ୍ଚଦିନ ମାଉସୀମା ମନ୍ଦିରରେ ଶ୍ରୀଲିଙ୍ଗରାଜ ରହୁଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ସମସ୍ତ ରୀତିନୀତି ଏଠାରେ ସମ୍ପାଦିତ ହୁଏ । ଏହାବ୍ୟତୀତ ଶ୍ରୀଲିଙ୍ଗରାଜ ଆଡପ ଭୋଗ ହୁଏ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି । ଶ୍ରୀଜୀଉଙ୍କ ରହଣି ସମୟରେ ନାମସଂକୀର୍ତ୍ତନ ଅନୁଷ୍ଠିତ ହେବ ବୋଲି ସେମାନେ କହିଛନ୍ତି


Share It

Comments are closed.