ଲାୟନ୍ସ ଗୋଲ୍ଡ ଆୱାର୍ଡ ୨୦୧୯
[vc_row][vc_column][vc_column_text]ମୁମ୍ବ।ଇରେ ଗୁରୁବାର ଦିନ ଲାୟନ୍ସ ଗୋଲ୍ଡ ଆୱାର୍ଡର ୨୫ତମ ସଂସ୍କରଣର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଉଭୟ ବଲିଉଡ ଏବଂ ଟିଭିର କଳାକାରମାନେ ଗୋଟିଏ ଛାତ ତଳେ ଏକତ୍ର ହୋଇଥାନ୍ତି । ଏହି ପୁରସ୍କାର ବିତରଣ ଉତ୍ସବରେ ଭିକି କୌସଲ, ମୋନି ରୟ, ଜାହ୍ନବୀ କପୁର, ୱାରିନା ହୁସେନ, ନୁସରତ ଭାରୁଚା, ନିନା ଗୁପ୍ତା, ସକିବ ସଲିମ, ହର୍ସଦ ଚୋପ୍ରା, ସୁରବି ଚନ୍ଦ୍ରା, ଦିପୀକା କକ୍କର ଏବଂ ଶ୍ରୀଶାନ୍ତ ପ୍ରମୁଖ ରୋଟ କାର୍ପେଟରେ ନଜର ଆସିଥିଲେ ।
ଏଥିରେ କଲର୍ସ ଟିଭିରେ ବେପନାହ ସିରିଏଲରେ ଆଦିତ୍ୟ ଭୂମିକାରେ ଅଭିନୟ କରୁଥିବା ହର୍ସଦ ଚୋପ୍ରା ଶ୍ରେଷ୍ଠ ଅଭିନେତା ଏବଂ ସେହି ସୋର ସହଅଭିନେତ୍ରୀ ଜେନିଫର ୱିନଗେଣ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଇସକବାଜ ଅଭିନେତ୍ରୀ ସୁରବି ଶ୍ରେଷ୍ଠ ଜୁରି ଆୱାର୍ଡ ପୁରସ୍କାର ପାଇଥିଲେ । ଏହି ଗୋଲ୍ଡ ଆୱାର୍ଡରେ ମଧ୍ୟ ପୂର୍ବତନ କ୍ରିକେଟ ଖେଳାଳି ତଥା ବିଗବସ ରନର୍ସଅପ ଶ୍ରୀଶାନ୍ତଙ୍କୁ ଶ୍ରେଷ୍ଠ ଟିଭି ପର୍ସାନିଲିଟି ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଦିପୀକା କକ୍କର ବିଗବସର ବଜେତା ଏଠାରେ ପାଇଥିବା ପୁରସ୍କାର ତାଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକମାନଙ୍କୁ ଉତ୍ସର୍ଗ କରିଥିଲେ । ସେହିପରି ଜୁରିଙ୍କ ଦ୍ୱାରା ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ କୁଲଫି କୁମାର ବାଜେୱାଲାର ଅଭିନେତା ମୋହିତ ସୁରୀ । ତାଙ୍କର ଏକ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ସେ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋହିତଙ୍କ ସହ-ଅଭିନେତ୍ରୀ ଆକୃତି ଶର୍ମା ତଥା କୁଲଫିଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ସମ୍ମାନ ପ୍ରଦାନ କରାଯାଇିଥଲା ।[/vc_column_text][/vc_column][/vc_row]
Comments are closed.