ଧୋନିଙ୍କ ମାଡରେ ଆଣ୍ଠେଇଲା ଅଷ୍ଟ୍ରେଲିଆ


ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତ, କଙ୍ଗାରୁ ଦଳକୁ ୭ ୱିକେଟରେ ପରାସ୍ତ କରିଦେଇଛି । ଏହି ମ୍ୟାଚ ବିଜୟ ପଛରେ ଧୋନିଙ୍କ ମୁଖ୍ୟ ଭୂମିକା ଥିବାବେଳେ ସେ ୮୭ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଯେତେବେଳେ କେଦାର ଯାଦବ ୬୧, କୋହଲି ୪୬, ଶିଖର ଧାୱନ ୨୩ ଏବଂ ରୋହିତ ଶର୍ମା ୯ ରନ ସଂଗ୍ରହ କରିଥିଲେ ।
ପୂର୍ବରୁ ଭାରତ ଟସ ଜିତି ବୋଲିଂ ପାଇଁ ନିଷ୍ପତି ନେଇଥିବାବେଳେ ଅଷ୍ଟ୍ରେଲିଆ, ଭାରତ ସାମନାରେ ୨୩୧ ରନର ଟାର୍ଗେଟ ରଖିଥିଲା । ସେପଟେ ଚହଲ ୪୨ ରନ ଦେଇ ୬ ୱିକେଟ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ପ୍ରଥମ ସ୍ପିନର ଭାବେ ୬ଟି ୱିକେଟ ହାସଲ କରିଛନ୍ତି ।


Share It

Comments are closed.