ଧୋନିଙ୍କ ବ୍ୟାଟିଙ୍ଗ ଅର୍ଡରକୁ ନେଇ ମୁହଁ ଖୋଲିଲେ କୋହଲି


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ତଥା ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଙ୍ଗ ପୋଜିସନକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । ଧୋନି ୪ର୍ଥ, ୫ମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଙ୍ଗ କରିବା ଠିକ ବୋଲି ଅନେକ ଖେଳ ବିଶ୍ଳେଷଣକାରୀ ସେମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ଦେଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ୨-୧ରେ ଜିତିବା ପରେ ଧୋନିଙ୍କ ବ୍ୟାଟିଙ୍ଗ ଅର୍ଡରକୁ ନେଇ ଏହି ବଡ କଥା କହିଛନ୍ତି ।
ଧୋନିଙ୍କ ବ୍ୟାଟିଙ୍ଗ ଅର୍ଡରକୁ ନେଇ ବିରାଟ କହିଛନ୍ତି ଯେ, “ମୋ ମତରେ ଧୋନି ୫ମ ସ୍ଥାନରେ ଆସିଲେ ଭଲ ହୁଅନ୍ତା କାରଣ ୨୦୧୪ରେ ଧୋନି କିଛି ସମୟ ପାଇଁ ୪ର୍ଥ ସ୍ଥାନରେ ଆସୁଥିଲେ ଏବଂ ତାହା ପରେ ସେ ୫ମ ଏବଂ ଷଷ୍ଠ ସ୍ଥାନରେ ଖେଳିବାକୁ ଲାଗିଲେ । କିନ୍ତୁ ମୋ ମତରେ ୫ମ ଡାଉନ ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ । ଏହା ଦ୍ୱାରା ତାଙ୍କୁ ପିଚରେ ଖେଳିବା ପାଇଁ କିଛି ସମୟ ମିଳିବା ସହ ଫିନିସିଙ୍ଗ ସଟ ଖେଳିବା ପାଇଁ ମଧ୍ୟ ସମୟ ମିଳିବ । ଏବଂ ଆବଶ୍ୟକତା ସମୟରେ ଧୋନି ଆକ୍ରମଣାତ୍ମକ ସଟ ମଧ୍ୟ ଖେଳିପାରିବେ ।”
ସିରିଜ ଶେଷ ହେବା ପରେ ବିରାଟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “ ମୋତେ ଏବଂ ଟିମ ମ୍ୟାନେଜମେଣ୍ଟଙ୍କୁ ଏହା ଲାଗୁଛି ଯେ, ଧୋନିଙ୍କ ପାଇଁ ୫ମ ଡାଉନ ଉପଯୁକ୍ତ ସ୍ଥାନ ଅଟେ । ହାର୍ଦିକ ପାଣ୍ଡିଆ ବର୍ତ୍ତମାନ ଟିମରେ ନାହାନ୍ତି ସେ ଆସିବା ପରେ ତାଙ୍କ ସ୍ଥାନକୁ ନେଇ ଆମେ ଚିନ୍ତା କରିବୁ ।”


Share It

Comments are closed.