ପରାଜୟ ପରେ ପ୍ରଥମ ଥର ପାଇଁ ଟ୍ୱିଟ କରି ନିଜ ଦୁଃଖ ପ୍ରକାଶ କଲେ ରୋହିତ


ଚଳିତ ବିଶ୍ୱକପରେ ଭାରତୀୟ ଦଳର ଷ୍ଟାର ଓପନର ରୋହତି ଶର୍ମା ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବାବେଳେ କିନ୍ତୁ ସେମିଫାଇନାଲରେ ତାଙ୍କ ଭାଗ୍ୟ ସାଥ ନଦେବା ହେତୁ ସେ ମାତ୍ର ୧ ରନ କରି ପାଭିଲିୟନକୁ ଫେରି ଆସିଥିଲେ ।
ସେପଟେ ସେମିଫାଇନାଲରେ ଭାରତର ପରାଜୟ ପରେ ପ୍ରଥମ ଥର ପାଇଁ ରୋହିତ ଟ୍ୱିଟରରେ ନିଜ ଉଦବେଗ ପ୍ରକାଶ କରିଛନ୍ତି । କେବଳ ଟ୍ୱିଟ କରି ସେ ନିଜ ଦୁଃଖ ପ୍ରକାଶ କରି ନାହାନ୍ତି ବରଂ ଏହା ସହ ଦଳର ଭୁଲ ନିଷ୍ପତି ଏବଂ ସମସ୍ତ କ୍ରିକେଟ ପ୍ରେମୀଙ୍କ ଠାରୁ ପାଇଥିବା ସମର୍ଥନ ଯୋଗୁଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ରୋହିତ ଏହି ସଂପର୍କରେ ଟ୍ୱିଟ କରି ଲେଖିଛନ୍ତି ଯେ, “ଚଳିତ ବିଶ୍ୱକପରେ ଗୋଟିଏ ଦଳ ରୂପରେ ମୁଁ ଘଟିସନ୍ଧି ମୂହୂର୍ତ୍ତରେ ନିଜ ପ୍ରଦର୍ଶନ ଦେଖାଇବାରେ ସଫଳ ରହିଲି । କିନ୍ତୁ ୩୦ ମିନିଟର ଖରାପ ପ୍ରଦର୍ଶନ ଆମକୁ କପ ପାଇବାର ଆଶା ଛଡାଇନେଇଥିଲା । ମୁଁ ବହୁତ ଦୁଃଖିତ ଏବଂ ଆପଣ ମଧ୍ୟ ଥିବେ । ଦେଶ ବାହାରୁ ଆମକୁ ବହୁତ ସମର୍ଥନ ମିଳିଥିଲା । ଇଂଲଣ୍ଡର ଯେଉଁଠାରୁ ବି ଖେଳିଲୁ ଷ୍ଟାଡିୟମକୁ ନୀଳ ରଙ୍ଗରେ ଆମକୁ ସମର୍ଥନ ଜଣାଇଥିବା ହେତୁ ବହୁତ ବହୁତ ଧନ୍ୟବାଦ ।”
ପ୍ରକାଶ ଥାଉକି, ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ମଧ୍ୟ ପରାଜୟ ପରେ ନିଜ ପ୍ରେସ କନଫେରନ୍ସ ଜରୀଆରେ କିଛି ଏଭଳି କଥା କହିଥିଲେ । ବିରାଟ କହିଥିଲେ ଯେ, “୪୦-୪୫ ମିନିଟର ଖରାପ ପ୍ରଦର୍ଶନ ଆମକୁ ବିଶ୍ୱକପରୁ ବାହାରର ରାସ୍ତା ଦେଖାଇଥିଲା ।”


Share It

Comments are closed.