ଫୋନ ପେ ପକ୍ଷରୁ ପ୍ରତାରକ ମାନଙ୍କ ଠାରୁ ସୁରକ୍ଷିତ ରହିବା ନିମନ୍ତେ ସଚେତନତା


ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଡ଼ିଜିଟାଲ ବିନିମୟର ଦୃତ ବୃଦ୍ଧି ସହିତ ଉପଭୋକ୍ତାଙ୍କୁ ଠକିବା ପାଇଁ ପ୍ରତାରକମାନେ ବିଭିନ୍ନ ପ୍ରକାର ନୂତନ ଉପାୟମାନ ଖୋଜିବାରେ ଲାଗିଛନ୍ତି । ଏହିସବୁ ଠକାମିରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବିଭିନ୍ନ ଧରଣର ପ୍ରତାରଣା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଉପଭୋକ୍ତାଙ୍କୁ ତଥା ବ୍ୟବସାୟିଙ୍କୁ ଏଥି ସମ୍ପର୍କିତ ଶିକ୍ଷା ପ୍ରଦାନ କରିବା । ଏହିସବୁ ଠକାମିରୁ ସୁରକ୍ଷିତ ରହିବା ପାଇଁ ଫୋନ ପେ ପକ୍ଷରୁ ପ୍ରଦାନ କରାଯାଇଥିବା ସଚେତନତା ମଧ୍ୟରେ ରହିଛି ଅନ୍ୟ କାହା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଓଟିପି ଏବଂ ଅନ୍ୟ କୌଣସି କୋଡ଼ ସେୟାର କରନ୍ତୁ ନାହିଁ, ଆପଣଙ୍କ ବ୍ୟାଙ୍କ କିମ୍ବା ମୋବାଇଲ ଅପରେଟରଙ୍କଠାରୁ ଆସିଥିବା ଇମେଲ କିମ୍ବା ଏସଏମଏସ ଗୁଡ଼ିକ ଅଫିସିଆଲ ହ୍ୟାଣ୍ଡେଲରୁ ଆସିଛି ନା ନାହିଁ ଯାଞ୍ଚ କରନ୍ତୁ । ଏହା ସହିତ ଆପଣଙ୍କ ଆକାଉଣ୍ଟରୁ କରାଯାଉଥିବା ବିନିମୟକୁ ଟ୍ରାକ କରିବା ପାଇଁ ଇମେଲ ଏବଂ ଏସଏମଏସ ଅଲଟର ସବସ୍କ୍ରାଇବ କରିବା ସହିତ ଅନିୟମିତତା ବିଷୟରେ ଅବଗତ ହେବା ପାଇଁ ବ୍ୟାଙ୍କର ଅତୀତ ବିନିମୟକୁ ନିୟମିତ ରୂପେ ଯାଞ୍ଚ କରନ୍ତୁ ।

ଏହିସବୁ ପ୍ରତାରଣା ମଧ୍ୟରେ ରହିଛି ବ୍ୟକ୍ତିଗତ ତଥ୍ୟ ବ୍ୟବହାରକରି ଗ୍ରାହକଙ୍କ ବିଶ୍ୱାସ ଜିତିବା । ଗ୍ରାହକଙ୍କ ଦ୍ୱାରା ବାରମ୍ବାର ବ୍ୟବହୃତ ହେଉଥିବା କାର୍ଯ୍ୟକଳାପକୁ ଭିତ୍ତିକରି ପ୍ରତାରକଙ୍କ ଠାରୁ କଲ୍ ଆସିଥାଏ, ଯେଉଁଠାରେ ସେମାନେ ଦାବି କରିଥାନ୍ତିକି ଆରବିଆଇ କିମ୍ବା ଇବାଣିଜ୍ୟ ସାଇଟରୁ କଲ୍ ଆସିଛି । ଏହା ପରେ ସେମାନେ ଗ୍ରାହକଙ୍କଠାରୁ ସେମାନଙ୍କ କାର୍ଡ଼ ନମ୍ବର ଏବଂ ସିଭିଭି ପାଇଁ ଅନୁରୋଧ କରିଥାନ୍ତି । ଯାହାର ଶେଷ ପରିଣତିରେ ଗ୍ରାହକଙ୍କ ଆକାୁଣ୍ଟରୁ ଟଙ୍କା କଟିଯାଇଥାଏ । ସେହିପରି ଅନେକ ସମୟରେ ଦେଖାଯାଇଥାଏକି ଉପଭୋକ୍ତା ରୂପେ ଯଦି ଆପଣ କୌଣସି ୱେବସାଇଟରେ ଉତ୍ପାଦ ଗୁଡ଼ିକର ତାଲିକା ପୋଷ୍ଟ କରିଛନ୍ତି, ତେବେ ପ୍ରତାରକମାନେ ଆପଣଙ୍କ ଜିନିଶ କ୍ରୟ କରିବାକୁ ଇଛୁକ ଅଛନ୍ତିବୋଲି ଯୋଗାଯୋଗ କରିଥାନ୍ତି । ଏହା ପରେ ସେମାନେ ପେମେଣ୍ଟ ଆପ୍ ମାଧ୍ୟମରେ ଟଙ୍କା ଦେବାକୁ କହି ଅନୁରୋଧ ପଠାଇବେ । ତେଣୁ ଏହି ସମୟରେ ଜାଣିବା ଆବଶ୍ୟକକି ପେମେଣ୍ଟ ବଟନ କ୍ଲିକ କରିବା କିମ୍ବା ଟଙ୍କା ପାଇବା ପାଇଁ ୟୁପିଆଇ ପିନ୍ ପ୍ରବେଶ କରିବାର କୌଣସି ଆବଶ୍ୟକତା ନାହିଁ । ଏହିପରି ଅନେକ ପ୍ରକାର ଡ଼ିଜିଟାଲ ଯୋଗାଯୋଗ ମାଧ୍ୟମରେ ପ୍ରତାରକମାନେ ଖୁବ୍ ଚାଲାକର ସହିତ ଉପଭୋକ୍ତାଙ୍କୁ ଠକିଥାନ୍ତି ।
ବ୍ୟବସାୟୀ ପ୍ରତାରଣା କ୍ଷେତ୍ରରେ ବ୍ୟବସାୟୀ/ବିକ୍ରେତା ଅର୍ଡ଼ର ପାଇଁ ସାମଗ୍ରୀ ସହିତ ଏକ ନକଲି ୱେବସାଇଟ ପ୍ରସ୍ତୁତ କରିଥାନ୍ତି । ଯେଉଁଥିରେ ବିନିମୟ କରିବା ପାଇଁ କମ୍ପାନୀର ଠିକଣା, ଯୋଗାଯୋଗ ନମ୍ବର, ବାତିଲ କରଣ ନିୟମ ଇତ୍ୟାଦି ସବୁ ନକଲ ହୋଇଥାଏ । ଏଠାରେ ମଧ୍ୟ ବ୍ୟବସାୟିମାନେ ଠକାମିର ଶୀକାର ହୋଇ ନିଜର ଅର୍ଥ ହରାଇଥାନ୍ତି । ତେଣୁ ଏହି ସବୁ କ୍ଷେତ୍ରରେ କେବଳ ନିଜର ବ୍ୟବସାୟକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରଚାର କରିବା ଏବଂ ଗ୍ରାହକଙ୍କ ବିନିମୟ ପାଇଁ ଅପେକ୍ଷା କରିବା ଆବଶ୍ୟକ ।


Share It

Comments are closed.