ବିଧାନସଭାରେ ମୁହାଁମୁହିଁ ହେଲେ ଜଗନ-ଚନ୍ଦ୍ରାବାବୁ


ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁ ଗୁରୁବାର ଦିନ ବିଧାନସଭାରେ ମୁହାଁମୁହିଁ ହୋଇଯାଇଥିଲେ । କିଛି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଜଗନ ପ୍ରବଳ ରାଗିଯାଇଥିଲେ । ମିଳିଥିବା ସୂଚନା ମୁତାବକ କୃଷକଙ୍କ ଋଣ ଛାଡକୁ ନେଇ ଜଗନ ଏକ ତଥ୍ୟ ଉପସ୍ଥାପନା କରିଥିଲେ ।
ଏହି ତଥ୍ୟ ମିଥ୍ୟା ଦର୍ଶାଇ ଚନ୍ଦ୍ରାବାବୁଙ୍କ ତେଲୁଗୁଦେଶମ ପାର୍ଟି ପ୍ରିଭିଲେଜ ମୋସନ ଦେଇଥିଲା । ଜଗନ ଯେତେବେଳେ ଏହି ନୋଟିସର ଜବାବ ଦେବାକୁ ଉଦ୍ୟତ ହୋଇଥିଲେ । ଟିଡ଼ିପି ବିଧାୟକମାନେ ଏହି ଭାଷଣ ମଝିରେ ପାଟିତୁଣ୍ଡ କରିଥିଲେ । ଚନ୍ଦ୍ରବାବୁ, ଜଗନଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ତଥ୍ୟ ସେ ଉପସ୍ଥାପନ କରୁଛନ୍ତି ସେ ତଥ୍ୟ ଯଦି ମିଛ ପ୍ରମାଣିତ ହୁଏ ତେବେ ଜଗନ ଇସ୍ତଫା ଦେବେ କି ?


୨୦୧୪ ମସିହାରେ ନିର୍ବାଚନ ସମୟରେ ଚନ୍ଦ୍ରାବାବୁ ପ୍ରତିଶୃତି ଦେଇଥିଲେ ଯେ ଚାଷୀଙ୍କୁ ମଞ୍ଜି ବାବଦକୁ ୩୮୪ କୋଟି ଦିଆଯିବ । ଜଗନ ଆରୋପ ଲଗାଇଛନ୍ତି ଯେ ଚନ୍ଦ୍ରାବାବୁ ଏହି ଅର୍ଥ ନ ଦେଇ ଚାଷୀଙ୍କୁ ଧୋକା ଦେଇଛନ୍ତି । ଏହି ତଥ୍ୟକୁ କିନ୍ତୁ ବିରୋଧ କରିଥିଲେ ଚନ୍ଦ୍ରାବାବୁ । ଯାହାକୁ ନେଇ ଟିଡ଼ିପି ଓ ଜଗନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।


Share It

Comments are closed.