ରୋହିତ ଏବଂ ମୁନାରଙ୍କ ପାଇଁ ଟି-୨୦ରେ ନୂତନ ରେକର୍ଡ ସୃଷ୍ଟି କରିବାର ସୁଯୋଗ


ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ମୋର୍ଟିନ ଗୁପଟିଲ ଏବଂ କ୍ରିସ ଗେଲଙ୍କ ନାମରେ ରହିଛି । ଉଭୟ ୧୦୩-୧୦୩ ଛକା ମାରି ୧ ନମ୍ବର ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତ ଏଭଳି ହୋଇଗଲାଣି ଯେ, ଉଭୟ ନିଜର ପ୍ରଥମ ସ୍ଥାନ ବଜାଇ ରଖିବା କଷ୍ଟକର ହୋଇଗଲାଣି । କାରଣ ଗେଲ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ଖେଳୁ ନଥିବାବେଳେ ଗୁପଟିଲ ମଧ୍ୟ ପାକିସ୍ତାନ ବପକ୍ଷରେ ଟି-୨୦ ସିରିଜ ଖେଳୁ ନାହାନ୍ତି ।
ଯାହା ଫଳରେ ହିଟ ମ୍ୟାନ ରୋହିତ ଏବଂ ନ୍ୟୁଜିଲାଣ୍ଡର କ୍ଲୋଲିନ ମୁନାରଙ୍କ ପାଖରେ ଏହି ରେକର୍ଡ ଭାଙ୍ଗି ପ୍ରଥମ ସ୍ଥାନ ହାସଲ କରିବାର ସୁଯୋଗ ରହିଛି । ରୋହିତ ଟି-୨୦ ର‌୍ୟାକିଙ୍ଗରେ ୮୯ଟି ଛକା ମାରି ୪ର୍ଥ ସ୍ଥାନରେ ରହିଥିବାବେଳେ ମୁନାର ୮୧ଟି ଛକା ମାରି ସପ୍ତମ ସ୍ଥାନରେ ରହିଛନ୍ତି । ମୁନାର ଏବେ ପାକିସ୍ତାନ ବିପକ୍ଷରେ ୨ଟି ଟି-୨୦ ମ୍ୟାଚ ଖେଳୁଥିବାବେଳେ ତାଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ମାତ୍ର ୨୪ଟି ଛକା ମାରିବାକୁ ପଡିବ ।
ସେହିଭଳି ଏହି ମାମଲାରେ ରୋହିତ ଶର୍ମା ମୁନାରଙ୍କ ଠାରୁ ବହୁ ଆଗରେ ରହିଛନ୍ତି । ରୋହିତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଥିବାବେଳେ ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବେ । ଯାହା ଫଳରେ ରୋହିତଙ୍କ ପାଖରେ ମୁନାରଙ୍କ ଅପେକ୍ଷା ଏହି ରେକର୍ଡକୁ ଭାଙ୍ଗିବାର ଅଧିକ ସୁଯୋଗ ରହିଛି । ରୋହିତ ଏହି ବର୍ଷ ତିନୋଟି ଯାକ ଫର୍ମାଟରେ ନିଜର ସର୍ବଉତ୍ତମ ପ୍ରଦର୍ଶନ ଦେଖାଇଛନ୍ତି । ସେ ଚଳିତ ବର୍ଷ ୬୨ଟି ଛକା ମାରିଥିବାବେଳେ ଟି-୨୦ରେ ୨୨ଟି ଛକା ମାରିଛନ୍ତି ।


Share It

Comments are closed.